ଚାନ୍ଦିଲି ପୋଲିସକୁ ମିଳିଲା ବଡ ସଫଳତା

ଚାନ୍ଦିଲି ପୋଲିସକୁ ମିଳିଲା ବଡ ସଫଳତା ରାୟଗଡ଼ା ତା୩୦-୦୩-୨୪ ଜେକେପୁରରୁ୨୮-୦୩-୨୪ରେଏକ ଚୋରି ମାମଲାରେ ଜିଲ୍ଲା ପୋଲିସ ଅଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଚାନ୍ଦିଲି ଥାନା ଏସ ଆଇ ଶ୍ରୀ ଆଶୁତୋଷ ସାହୁ ତଦନ୍ତ ଭାର ନେଇ ଚୋରକୁ ୨୪ଘଣ୍ଟା ଭିତରେ ଧରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଫେରାର ଅଛି । ପ୍ରାପ୍ତ ସୂଚନା ଅନୁଯାୟୀ ଜେକେପୁର ସ୍ଥିତ ଦେବାଙ୍ଗ ଷ୍ଟ୍ରିଟିର ଲୋକେନ୍ ଶବରଙ୍କ ଘରୁ ଟଙ୍କା,ସୁନା ଓ ରୂପା ପାଉଜି ଦିନରେ ଚୋରି ହୋଇଥିବା ଅଭିଯୋଗ ଆଧାରରେ ଚାନ୍ଦିଲି ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପ୍ରଦୀପ ଜେନା ଠାରୁ ଗତ ଜାନୁୟାରୀ ଓ ଚଳିତ ମାସରେ ଚୋରି ହୋଇଥିବା ଦୁଇଟି ବାଇକି ବଜାଜ ପ୍ଲାଣ୍ଟିନା ଏବଂ ହୁଣ୍ଡା ସାଇନ୍ ସହିତ ଚୋରି ଯାଇଥିବା ନଗଦ ୧,୫୦, ୦୦୦ ଟଙ୍କା , ସୁନା କାନ ଫୁଲ, ନାକ ଫୁଲ, ଏଗାର ହଳ ଗୋଡ଼ ପାଉଁଜି ଅନେକ ରୂପା ଜିନିଷ ଉଦ୍ଧାର କରିଛି ।ଏହି ମାମଲାରେ କେସ ନମ୍ବର ୯୨/୨୪ଅନୁଯାୟୀ ଅଭିଯୁକ୍ତ ପ୍ରଦୀପ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଚାନ୍ଦିଲ ଥାନା ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେହେରା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଅନ୍ୟ ଜଣେ ସହଯୋଗୀ ଫେରାର ଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *