ଜଟଣୀରେ ଅତିବଡି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ

ଜଟଣୀରେ ଅତିବଡି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ ଜଟଣୀ ତା ୨୨-୦୯-୨୪ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ଜଟଣୀ ଶାଖା ପକ୍ଷରୁ ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅତିବଡି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ସାହିତ୍ୟିକ ତ୍ରିଲୋଚନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କନ୍ତିଆ ଏସ ଏସ ଡି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ସୁକାନ୍ତି ମହାପାତ୍ର , ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ, ପଣ୍ଡିତ ରମାକାନ୍ତ ମିଶ୍ର, ଆମରି ସତ୍ୟ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ଡ ପ୍ରମୋଦ କୁମାର ଦାଶ, ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ଡ ନିରଞ୍ଜନ ମହାନ୍ତି ଆଲୋଚକ ଭାବେ ଯୋଗ ଦେଇ ଓଡିଆ ଭାଗବତର ପ୍ରାସଙ୍ଗିକତା ଓ ଅତିବଡି ଜଗନ୍ନାଥ ଦାସଙ୍କ ଉପରେ ଆଲୋଚନା କରିଥଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିବା ପରେ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ବାଇଁ ଭକ୍ତି ସଙ୍ଗୀତ ଗାନ କରିଥିଲେ ।ସାହିତ୍ୟ ପରିଷଦର ଆଜୀବନ ସଦସ୍ୟ ଶ୍ରୀ ନୀଳାମ୍ବର ମିଶ୍ର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା ବିଷୟରେ ବିବରଣୀ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ ଅରବିନ୍ଦୋ ପରିଡ଼ା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥଲେ । ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ପ୍ରିତମ ମିଶ୍ର, ସୁରେଶ କୁମାର ବେହେରା, ସନାତନ ନାୟକ, ପ୍ରକାଶ ପ୍ରଧାନ, ଶ୍ରୀ ଆଦି ନାରାୟଣ ଖଣ୍ଡୁଆଳ, ଅନୁପ କୁମାର ହୋତା, ଚିତ୍ତରଞ୍ଜନ ଦାଶ , ଚିତ୍ତରଞ୍ଜନ ପ୍ରଧାନ ଓ କୈଳାସ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *