ପଶୁ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର
ପଶୁ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର
ଧରାକୋଟ,9/12/25
ଧରାକୋଟ ବ୍ଲକର ଦୁର୍ଗମ ଅଞ୍ଚଳ ଭାବରେ ଜଣାଶୁଣା ସାବା ପଞ୍ଚାୟତ ର କୁଟୁଣିଗଣ୍ଡା ଗ୍ରାମରେ ସ୍ଥାନୀୟ ଗାଁ ଗୁଡ଼ିକର ପଶୁ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଧରାକୋଟ ପ୍ରାଣୀ ଚିକିତ୍ସାଳୟ ତରଫରୁ ଏକ ପଶୁ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ପ୍ରାଣୀ ଚିକିତ୍ସାଳୟ ର ଡାକ୍ତର ମାନସ ରଞ୍ଜନ ପଲେଇ ଙ୍କ ନେତୃତ୍ୱରେ ମାଣିକପୁର ପ୍ରାଣିଧନ ନୀରିକ୍ଷକ ରଞ୍ଜନ କୁମାର ବିଶ୍ବାଳ, ସାବା ମୈତ୍ରୀ ଧୀରେନ୍ଦ୍ର ନାୟକ,ସହାୟକ ରମେଶ ଚନ୍ଦ୍ର ସେଠୀ, ମଙ୍ଗୁଳୁ ଗୌଡ଼ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ପଶୁ ମାନଙ୍କ ସ୍ଵାସ୍ଥ୍ୟ ର ଚିକିତ୍ସା କରିଥିଲେ ।
ସେହି ଅଞ୍ଚଳରୁ ଖବର ପାଇବା ପରେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ତିରିଶ ରୁ ଅଧିକ ବଳଦ ମାନଙ୍କର ଚିକିତ୍ସା ପାଇଁ ଏହି ଶିବିରର ଆୟୋଜନ କରିବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ସଂପୃକ୍ତ ଚିକିତ୍ସା ଶିବିର ରେ ଅଜଣା ରୋଗରେ ସଂକ୍ରମିତ ତିରିଶି ଗୋଟି ବଳଦ କୁ ପରୀକ୍ଷା ପରେ କୃମି ଜନିତ ରୋଗ ରେ ସେମାନେ ଆକ୍ରାନ୍ତ ହୋଇଥିବା ଜଣାଯାଇଥିଲା । ଯାହା ଫଳରେ ସେମାନେ ପତଳା ଝାଡା ହୋଇ ଦୁର୍ବଳ ହୋଇପଡ଼ିବା ସହ ଠିକ ଭାବେ ଖାଇବା ପିଇବା ମଧ୍ୟ କରିପାରୁନଥିବା ଡାକ୍ତରୀ ଦଳ ଦେଖିବାକୁ ପାଇଥିଲେ । ଏହାପରେ ସମସ୍ତ ଆକ୍ରାନ୍ତ ହୋଇଥିବା ସମସ୍ତ ବଳଦ ମାନଙ୍କୁ କୃମି ନାଶକ ଔଷଧ ଖୁଆଇ ଚିକିତ୍ସା କରାଯାଇଥିଲା । ଏହା ପରେ ନିକଟସ୍ଥ ଅଶୋକ ପଲ୍ଲୀ, ପିଲୀପଦର, ନାକତିରି, ଘୋଡାଆମ୍ବ, ଶାଗକିଆରୀ, ଫଟା ଚାଞ୍ଚରା ଆଦି ଗ୍ରାମରୁ ଅଣା ଯାଇଥିବା ପ୍ରାୟ 150 ରୁ ଅଧିକ ବଳଦ ମାନଙ୍କର ଚିକିତ୍ସା କରାଯାଇ ସମସ୍ତଙ୍କର ଟୀକା କରଣ କରାଯାଇଥିଲା । ଶିବିର ସମ୍ପର୍କରେ ପ୍ରାଣୀ ଚିକିତ୍ସକ ଡାକ୍ତର ମାନସ ରଞ୍ଜନ ପଲେଇ ଙ୍କ ସହ ଯୋଗାଯୋଗ ବେଳେ ଅଭିଯୋଗ ମିଳିବା ପରେ ତୁରନ୍ତ ଦୁର୍ଗମ ଅଞ୍ଚଳ ରେ ଅବସ୍ଥିତ ଏହି ଗାଁରେ ଏକ ପଶୁ ଚିକିତ୍ସା ଶିବିର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲୁ ଏବଂ ଯଦିବା ଏଠାକୁ ଆସିବା କଷ୍ଟସାଧ୍ୟ ହେଲେମଧ୍ୟ ପ୍ରାଣୀ ମାନଙ୍କ ଚିକିତ୍ସା କରିବାରେ ଏକ ସ୍ଵତନ୍ତ୍ର ଅନୁଭୁତି ଓ ଆନନ୍ଦ ମିଳିଲା ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ସ୍ଥାନୀୟ ଗାଁ ଗୁଡ଼ିକର ଲୋକେ ଏଥିରେ ବେଶ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା।
