ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ହିଁ ବଡ଼ ଅସ୍ତ୍ର

Date-04/06/26* ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ ପାଳନ ପରିପ୍ରେକ୍ଷୀରେ ବାଣୀଧାରା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପରିଚାଳିତ ୱାର ଏଗେନଷ୍ଟ ଡ୍ରଗ୍ସ ଆବ୍ୟୁଜ ଅଭିଯାନ ର୍ ସଚେତନତା ପୋଷ୍ଟର ଉନ୍ମୋଚିତ ହୋଇ ଯାଇଛି । ଟ୍ରଷ୍ଟ ର୍ ଆବାହକ ଗତିକୃଷ୍ଣ ଶତପଥୀ, ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଏସ୍ପି ଅଙ୍କିତ କୁମାର ବର୍ମା ଏହି ସଚେତନତା ପୋଷ୍ଟର କୁ ଉନ୍ମୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହିତେଶ ମହାନ୍ତି, ପୂର୍ବତନ ପୋୖରାଧକ୍ଷ ମଧୁସୂଦନ ସାହୁ, କରୁଣାକର ସାହୁ ସମେତ ବାଣୀଧାରା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ମାନେ ଉପସ୍ଥିତ ଥିଲେ । ତେବେ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ହିଁ ବଡ଼ ଅସ୍ତ୍ର ବୋଲି ଅତିଥିମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *