ବ୍ରିକ୍ସ ବୈଷୟିକ ବୈଠକ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀଙ୍କ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
କୋଣାର୍କ,()- ପୁରୀ ଠାରେ ଆୟୋଜିତ ହେଉଥିବା ବ୍ରିକ୍ସ ବୈଷୟିକ ବୈଠକରେ ଯୋଗ ଦେବାକୁ ଆସିଥିବା ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ସଦସ୍ୟ ମାନେ ଗୁରୁବାର ଅପରାହ୍ନରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ବ୍ରିକ୍ସ ୧୧ ଟି ଦେଶର ମୋଟ ୧୮ ଜଣ ସଦସ୍ୟ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଖୁସିବ୍ୟକ୍ତ କରିଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପରେ ସମ୍ମୁଖରେ ଥିବା ଇଣ୍ଡିଆନ୍ ଅଏଲ୍ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ। ଏହି ଅବସରରେ ଏସଆରସି ରାଜେଶ ପ୍ରଭାକର ପାଟିଲ, ଉପ ଜିଲ୍ଲାପାଳ ରାଜକିଶୋର ଜେନା, ଜିଲ୍ଲା ଜରୁରକାଳୀନ ଅଧିକାରୀ ଅନୁସର୍ବ ଗନ୍ତାୟତନ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଅତିଥେୟ ଦାୟିତ୍ଵ ନିର୍ବାହ କରିଥିଲେ।

ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜନାର୍ଦ୍ଦନ ପାଢ଼ୀଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ୍ ମୁତୟନ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢ଼ିଆରୀ, ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ବାଳ, ଚନ୍ଦ୍ରଭାଗା ଥାନା ଅଧିକାରୀ ସରସ୍ଵତୀ ସାହୁ, ଗୋପ ଅତିରିକ୍ତ ତହସିଲଦାର ସତ୍ୟଜିତ ନାୟକ, ହରପ୍ରିୟା ମଲ୍ଲିକ, କୋଣାର୍କ ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ଓ ବ୍ୟବସ୍ଥା ଉପରେ ନଜର ରଖିଥିଲେ।
