ବାବା ବଟେଶ୍ଵର ମକର ମେଳା ନାଟକ ‘ପୁଅ ଜନ୍ମ କରି ପାପ କରିଛି ‘ ମଞ୍ଚସ୍ଥ
କୋଣାର୍କ : କୋଣାର୍କ ନିକଟସ୍ଥ ବାଲିଦୋକାନ ବାବା ବଟେଶ୍ଵର ମହାଦେବଙ୍କ ପବିତ୍ର ମକର ମେଳା ଉପଲକ୍ଷେ ମୁକ୍ତମଞ୍ଚ ନାଟକ ମଞ୍ଚସ୍ଥ ହୋଇଯାଇଛି। ଗୁରୁବାର ରାତିରେ ମା ତାରିଣୀ ଯାତ୍ରା କମିଟି ଇତିସାହି ପକ୍ଷରୁ ମଞ୍ଚସ୍ଥ ହୋଇଯାଇଛି ସୁପର ପରହିଟ ସାମାଜିକ ନାଟକ ‘ପୁଅ ଜନ୍ମ କରି ପାପ କରିଛି’ । ଗ୍ରାମାଞ୍ଚଳରେ ନାଟ୍ୟ କଳାର ବିକାଶ ଓ ମନୋରଞ୍ଜନ ଯୋଗାଇବା ପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗୀତା ଆୟୋଜିତ ହୋଇଥାଏ। ନାଟକ ଟିକୁ ବଳିଆ ସାର୍ ବଳିଷ୍ଠ ନିର୍ଦ୍ଦେଶନା ଦେଇଥିବା ବେଳେ ଉପ ସଭାପତି ସଞ୍ଜୟ ପରିଡ଼ା ଓ ସଭାପତି ବିଜୟ ଗୁରୁ ଓ ଜିତେନ୍ ଗୁରୁ ପ୍ରମୁଖ ନାଟ୍ୟ ପରିଚାଳନା କରିଥିଲେ।

ନାଟକ ପୁର୍ବରୁ ଯାତ୍ରା ଅଭିନେତା ସୁଶିଲ କୁମାର ଓ ଅଙ୍କିତ କୁମାର ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଥିଲେ । ପରେ ପରେ ମେଲୋଡି କାର୍ଯ୍ୟକ୍ରମରେ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଯାହା ଅନ୍ୟତମ ଆକର୍ଷଣ ସାଜିଥିଲା। ନାଟକରେ ସୁନ୍ଦର ଭାବେ ମିଟୁ, ସୁବାସ, ବାପି, ବାବୁଲି, ସମୀର, ବବୁଲ, ଲୋକା, ସନ୍ତୋଷ, ଅଭୟ, ଆଲୋକ ପ୍ରମୁଖ କଳାକାର ମାନେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ। ନିକଟ ଅଞ୍ଚଳର ୩ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ରହି ନାଟକକୁ ଉପଭୋଗ କରିଥିଲେ।
