ଅଠରନଳା ଛକରେ ଖୋଲିଲା ବିୟୁଟି ପାର୍ଲର,ସେଲୁନ, ଜିମ, ଚା ‘ଓ କଫି ଷ୍ଟଲ ପୁ

ଅଠରନଳା ନୂଆ ବ୍ରିଜ ଛକରେ ପ୍ରଫେସନାଲ ସେଲୁନ, ୱାଲ ପେପେର, ଜିମ,ସ୍ନାକ୍ସ,ଚା ଓ କଫି ଷ୍ଟଲ ଉଦଘାଟିତ ହୋଇଯାଇଛି । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉଦଘାଟନ କରି କହିଲେ ଏହି ସେଲୁନ ପୁରୁଷ ମହିଳା ଓ ପର୍ଯ୍ୟଟକଙ୍କ ପାଇଁ ବେଶ ସୁବିଧାଜନକ ହେବ । ଅନ୍ଯତମ ଅତିଥି ଭାବେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସମାଜସେବୀ ରବି ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୁରୀରେ ଏହି ନିଆରା ବ୍ଯୁୟୁଟିପାର୍ଲର ସହରବାସୀଙ୍କ ପାଇଁ ସୁବିଧାଜନକ ହେବ ବୋଲି ମତବ୍ୟକ୍ତ କରିଥିଲେ । ମହିଳାମାନଙ୍କ ପାଇଁ ୱେଟଲସ ମେସିନର ସୁବିଧା ରହିଛି । ଏହା ସହ ବ୍ରାଇଡାଲ ମେକପ, ମେହେନ୍ଦି, ଫେସିଆଲ ଓ ଲେଜର ସୁବିଧା ଉପଲବ୍ଧ । ଏତଦବ୍ୟତୀତ ଗ୍ରାହକଙ୍କ ପାଇଁ ଥଣ୍ଡା ପାନୀୟ, ଜଲଜିରା, ମସଲା ସୋଢା, କଫି, ସ୍ନାକ୍ସ, ଫିଜା ବର୍ଗର ମଧ୍ଯ ଖାଇବା ପାଇଁ ଅନ୍ଯ ଏକ ରୁମରେ ସୁବିଧାସୁଯୋଗ ରହିଛି |ପ୍ରଫେସନାଲ ୱାଲ ପେପର ଷ୍ଟୋର, ପାର୍ଲର ସରଞ୍ଜାମ ମଧ୍ୟ କିଣି ନେଇପାରିବେ | ସେଲୁନର ପରିଚାଳନା ନିର୍ଦ୍ଦେଶକ ଭାଗ୍ଯଶ୍ରୀ ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ ଦିପେନ ଚନ୍ଦ୍ର ଦେ କହିଛନ୍ତି ଏଠାକୁ ଆସି ମହିଳା ଓ ପୁରୁଷମାନେ ସବୁ ସୁବିଧାସୁଯୋଗ ନେବାକୁ ଅନୁରୋଧ କରିଛନ୍ତି । ଏହି ବହୁମୁଖୀ ସେଲୁନ ଓ ସ୍ପା ସାଇଶ୍ରୀ ଏଣ୍ଟରପ୍ରାଇଜ ଦ୍ବାରା ପରିଚାଳିତ ହେଉଛି । ସବୁଠାରୁ କୁଲହାଦ ମସଲା ଚା ଓ କଫି ମାଟି କପରେ ପିଇବା ମଜା ନିଆରା ରହିଛି ।ଛୋଟ ଫାମିଲି ବାର୍ଥ ପାର୍ଟି ପାଇଁ ବୁକିଂ କରିପାରିବେ | ବ୍ଯୁୟୁଟିସିଆନ ରୋହନ ବାରିକ, କାଦମ୍ବିନୀ ଦାଶ,ଆରତୀ ନାୟକ, ଅମ୍ବିକା ଦାସ,ରାଜଲକ୍ଷ୍ମୀ ପ୍ରଧାନ ଓ ଅନ୍ୟମାନେ କାର୍ଯ୍ଯକ୍ରମ ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *