ପ୍ରଶାସନକୁ ଆଖି ଠାର ମାରି ଦିନରେ ଖୁଲମ ଖୁଲା ବାଲି ଘାଟରୁ ବାଲି ଚାଲାଣ
ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବୁଡିକୁଦ ବାଲିଘାଟରେ ସାରା ରାତି ବାଲି ବୋହିନେବା ପରେ ତୃଷ୍ଣା ମେଣ୍ଟୀଲାନିଜେ ଦିନରେ ବେଧଡକ ପ୍ରଶାସନକୁ ଖାତିର ନକରି ସର୍ବ ସମ୍ବୁଖରେ ଟ୍ରିପ ଟ୍ରିପ ବାଲି ବୋହିନେଉଛନ୍ତି ବାଲିମାଫିଆ ମlନେ l ଏ ଘଟଣା ଘଟିଛି ଆନନ୍ଦପୁର ଥାନାରୁ ପନ୍ଦର କିଲୋମିଟର ଭିତରେ l ବାଲି ଗାଡିଗୁଡିକ ଯିବା ଆସିବା ପରେ ସ୍ଥାନୀୟ ଜନସାଧାରଣ ରାସ୍ତାକୁ ଯିବା ଆସିବା କରିବା ଭଳି ରଖୁ ନଥିବାରୁ ପିଲାମାନେ ସ୍କୁଲ କୁ ଯିବାକୁ ଅମଙ୍ଗ ହେଉଛନ୍ତି l ଆଗାମୀ ଦିନରେ ସ୍ଥାନୀୟ ପ୍ରଶାସନ ଏସବୁ ସମସ୍ୟା ତୁରନ୍ତ ସମାଧାନ ନକଲେ ରାଜ ରାସ୍ତାକୁ ଓଲ୍ଲାହୀ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇ ଅନୁରୋଧ କରିଛନ୍ତି l
