ଭଦ୍ରକ ଜିଲ୍ଲା କଂଗ୍ରେସ ର ମୁଖ୍ୟ କାର୍ଯ୍ୟାଳୟ ରେ ପ୍ରେସମିଟ
* ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ର ଶକ୍ତି କଂଗ୍ରେସ ର ପରିଷ୍କାର ସମର୍ଥନ ଦେଖି ବିଜେଡି ର ଭଦ୍ରକ ର ବିଧାୟକ ସଂଜୀବ ମଲ୍ଲିକ ଏବେ ଭଣ୍ଡାରିପୋଖରୀ ପ୍ରାର୍ଥୀ ହୋଇ ଗଣ୍ଡଗୋଳ ଆରମ୍ଭ କରେଇ ଛନ୍ତି,, ତାଙ୍କ ର କିଛି ଭଦ୍ରକ ର ସମର୍ଥକ ଭଦ୍ରକ ଟାଉନ ରେ ଥିବା କଂଗ୍ରେସ ନିର୍ବାଚନ କାର୍ଯ୍ୟାଳୟ ରେ ପଶି ଆସାମାଜିକତା କରିଥିଲେ, କାଲି ପୋଲିସ ଡକେଇବା ପରେ ପୋଲିସ ଆସି ସେମାନଂକୁ ବାହାର କଲେ ଏବଂ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ଅଭିଯୋଗ କରିଛନ୍ତି କଂଗ୍ରେସ ବ୍ଲକ ସଭାପତି,,ତେବେ ଏଭଳି ଘଟଣା ରେ ତୁରନ୍ତ ଗିରଫ ଦାବି କରାଯାଉଛି l ନିର୍ବାଚନ ଅଧିକାରୀ ଙ୍କ ଦ୍ୱାରା ରୁଟିନ ଚେକ ଅପ କରିବା କୁ କଂଗ୍ରେସ ସ୍ୱାଗତ କରିଛନ୍ତି କିନ୍ତୁ କିଛି କଳାଧନ ମିଳିଲା ନାହିଁ l କିନ୍ତୁ ବିଜେଡି ପ୍ରାର୍ଥୀ ଙ୍କ ଦ୍ୱାରା ଏଭଳି କରାଉଥିବା ଘଟଣା କୁ ଦୃଢ଼ ନିନ୍ଦା କରା ଯାଇଛି,, ଏଭଳି କିଛି ଘଟଣା ହେଲେ କଂଗ୍ରେସ ଆଉ ଛାଡ଼ିବ ନାହିଁ, ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ ଚାହୁଁଛି କଂଗ୍ରେସ, ଏ ନେଇ କାର୍ଯ୍ୟାନୁଷ୍ଠାନ ସହିତ ଜିଲ୍ଲା ପୋଲିସ ପ୍ରଶାସନ ତୁରନ୍ତ ଗିରଫ ନ କଲେ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ନଳିନୀ ମହାନ୍ତି ସୂଚନା ଦେଇଛନ୍ତି ଏବଂ ଭଦ୍ରକ ରୁ କେତେ ଲୁଟ କରିଛନ୍ତି କଳା ଧନ କାହା ପାଖ ରେ ଅଛି ସେକଥା ଲୋକେ ଠିକ ଜାଣିଛନ୍ତି, ଭଦ୍ରକ ରୁ କାହିଁକି ଭଣ୍ଡାରିପୋଖରୀ ଗଲେ ଲୋକେ ଠିକ ଜାଣି ସାରିଛନ୍ତି, ଭଣ୍ଡାରିପୋଖରୀ ବାସୀ ସ୍ୱାଭିମାନୀ ତେଣୁ ଆଉ ମିଛ ଟାଉଟରୀ ଚଳିବ ନାହିଁ*
