ମୁଖ୍ୟମନ୍ତ୍ରୀଙ୍କ ବିଶାଳ ରୋଡ଼ ଶୋ

ନିମାପଡା ଲୋକାରଣ୍ୟ.ପାଞ୍ଚ ଘଣ୍ଟା ଟ୍ରାଫିକ ଜାମ.ନିମାପଡା ପ୍ରଚାରର ଶେଷ ସମୟରେ ନିମାପଡା ରାଜନୀତି ଏବେ ରୋଚକ ମୋଡ଼ରେ. କାଲି ଅମିତ ଶାହା ନିମାପଡା ଗ୍ରସ୍ତ କରି ବିଜୟ ସଂକଳ୍ପ ସମାବେଶ କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମାପଡାରେ ରୋଡ଼ ଶୋ କରିଛନ୍ତି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର. କରିଛନ୍ତି ନବୀନ ପଟ୍ଟନାୟକ.ସ୍ଥାନୀୟ ବାରବାଟୀ ପଡିଆରେ ପହଁଚିଵା ପରେ ରୋଡ଼ ଶୋ କରିଥିଲେ ମୁଖ୍ୟମନ୍ତ୍ରୀ.

ବାରବାଟୀ ପଡିଆରୁ ରୋଡ଼ ଶୋ ଆରମ୍ଭ ହୋଇ ବଡ଼ ବଜାର ଗୁଲୁଗୁଲିଆ ଛକ. ନୂଆ ବସଷ୍ଟାଣ୍ଡ. ହରିପୁର ପର୍ଯ୍ୟନ୍ତ ରୋଡ଼ ଶୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.ହଜାର ହଜାର ସମର୍ଥକ ମାନେ ରାସ୍ତାର ଦୁଇ ପାର୍ଶ୍ୱ ରେ ରହି ଶଙ୍ଖ ଧ୍ଵନି ନାରାରେ ନିମାପଡାକୁ ପ୍ରକମ୍ପିତ କରିଥିଲେ . ଏହି ରୋଡ଼ ଶୋରେ 50 ହଜାର ସମର୍ଥକ ସାମିଲ ହୋଇଥିଲେ. ଆଜିର ଏହି ବିଶାଳ ସମାବେଶ ଦେଖି ଆସନ୍ତା ନିର୍ବାଚନରେ ବିଜେଡିର ବିଜୟକୁ କେହି ରୋକି ପାରିବେନି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି

Leave a Reply

Your email address will not be published. Required fields are marked *