ପବିତ୍ର ଗୀତା ଜୟନ୍ତୀ ଓ ସୌର୍ଯ ଦିବସ ଉପଲକ୍ଷେ ଆଜି ଭଦ୍ରକ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତରଫରୁ ବିଶାଳ ପଦଯାତ୍ରା
ଭଦ୍ରକ,୧୧/୧୨- ପବିତ୍ର ଗୀତା ଜୟନ୍ତୀ ଓ ସୌର୍ଯ ଦିବସ ଉପଲକ୍ଷେ ଆଜି ଭଦ୍ରକ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତରଫରୁ ବିଶାଳ ପଦଯାତ୍ରା ସୌର୍ଯଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ହଜାର ହଜାର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଉପସ୍ଥିତି ରହି ଭଦ୍ରକ ନଗର ପରିକ୍ରମା କରିବା ସହ ଜୟ ଶ୍ରୀରାମ ନାରା ରେ ସମଗ୍ର ଭଦ୍ରକ ସହର ପ୍ରକମ୍ପିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ପ୍ରଚାର ପ୍ରମୁଖ ମାନନୀୟ ମାନସ ରଞ୍ଜନ ମହାନ୍ତି ଓ ବଜରଙ୍ଗ ଦଳ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମାନ ବିପିନ ବିହାରୀ ପଣ୍ଡା ମୋହଦୟ ଉପସ୍ଥିତି ରହି କାର୍ଯ୍ୟକ୍ରମ ସୁଚାରୁ ରୁପେ ତୁଲାଇ ଥିଲେ।
