ଭାଗବତ ଜନ୍ମଦିନ

ଭାଗବତ ଜନଜୀବନର ମାର୍ଗ ଦର୍ଶକ ସୁନ୍ଦରଦାସ ମଠରେ ଓଡ଼ିଆ ଭାଗବତ ଜନ୍ମଦିନ ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଡ. ବଳରାମ ଦାଶ ସଭାପତିତ୍ୱ କରିଥିଲେ l ସେ କହିଲେ, ଓଡ଼ିଆ ଭlଗବତ ଜୀବନ ଶୈଳୀ ରେ ଗଭୀର ପ୍ରଭାବ ପକାଇ ସମାଜକୁ ମାର୍ଗ ଦର୍ଶନ ଦେଇ ଆଧ୍ୟାତ୍ମିକ ଚେତନlକୁ ଉଜ୍ଜୀବିତ କରେ l ଭାବ ଭକ୍ତି ଓ ସମର୍ପଣ ହିଁ ଭାଗବତ l କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ସୁନ୍ଦର ଦାସ ମଠର ମହନ୍ତ ପର୍ଶୁରାମ ଦାଶ ମହାରାଜ l ଭାଗବତ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କର ସ୍ୱୟଂ ଅବତାରବୋଲି ମତ ବ୍ୟକ୍ତ କରିଥିଲେ l ବ୍ୟାସ ଭୂମିକାରେb ଅବତୀର୍ଣ୍ଣ ହୋଇ ଅଧ୍ୟାପକ ଦୟାନିଧି ପଣ୍ଡା ଓଡ଼ିଆ ଭାଗବତ ର ବ୍ୟାଖ୍ୟା କରି ପ୍ରବଚନ ପ୍ରଦାନ କରିଥିଲେ l

ସମ୍ମାନିତ ଅତିଥି ରୁପେ ପୂର୍ବତନ ପ୍ରଶାସକ ବିନୋଦ କୁମାର ପଣ୍ଡା, ପ୍ରବଚିକା ନିର୍ମଳା ଫତେସିଂହ ସୁପକାର, ସେବକ ବିଶ୍ୱନାଥ ସାମନ୍ତରାୟ, ସମାଜ ସେବୀ ସତ୍ୟବାଦୀ ଦାଶ,ଅଧ୍ୟାପକ ପ୍ରମୋଦ କୁମାର ଆଚାର୍ଯ୍ୟ ଯୋଗଦେଇ ଓଡ଼ିଆ ଭାଗବତର ତାତ୍ତ୍ୱିକ ମୂଲ୍ୟବୋଧ ର ଆଲୋଚନା ସହ ସମାଜ ପାଇଁ ଏହା କେବଳ ଗ୍ରନ୍ଥ ନୁହେଁ, ସମାଜର ଜ୍ଞାନର ଗନ୍ତାଘର ବୋଲି ମତବ୍ୟକ୍ତ କରିଥିଲେ l ସଂlସ୍କୃତିକ କାର୍ଯ୍ୟକ୍ରମ କୁ ଶତାଧିକ ଭକ୍ତ ଉପଭୋଗ କରିଥିଲେ l

Leave a Reply

Your email address will not be published. Required fields are marked *