ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ କୁ ବଡ଼ ସଫଳତା

ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ କୁ ବଡ଼ ସଫଳତା ସୋମନାଥ ଭୁଜବଳ ହତ୍ୟା ଘଟଣା ରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ କୁ ଗିରଫ କଲା ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ -(ଖୋର୍ଦ୍ଧା ) ଠେଙ୍ଗାହାଟ ଗୁଳିକାଣ୍ଡ ଘଟଣା ରେ କୁଖ୍ୟାତ ବ୍ରାଉନ ସୁଗାର ବ୍ୟବସାୟୀ ସୋମନାଥ ଭୁଜବଳ ପାକୁ ର ମୃତ୍ୟୁ ବରଣ ଘଟଣା ରେ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ କୁ ଏକ ବଡ଼ ସଫଳତା ମିଳିଛି l ଖୁବ ସ୍ୱଳ୍ପ ସମୟ ବ୍ୟବଧାନ ରେ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଗୁଳିକାଣ୍ଡ ଘଟଣା ରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଙ୍କ ସମେତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି l ଆଜି ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀ ରେ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଗଣ ମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଯେ ଗୁଳିକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ସହିତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରିବା ନିମନ୍ତେ ବଛା ବଛା ଅଫିସର ଯଥା -ଏସ. ଡି. ପି. ଓ. ଖୋର୍ଦ୍ଧା ଦିଲ୍ଲୀପ କୁମାର ଦାସ, ଆଇ. ଆଇ. ସି. ଖୋର୍ଦ୍ଧା ଆଦର୍ଶ ଥାନା ତାରିକ ଅହମଦ, ଅତିରିକ୍ତ ଆଇ. ଆଇ. ସି. ଖୋର୍ଦ୍ଧା ଆଦର୍ଶ ଥାନା କାଁହୁ ଚରଣ ସ୍ୱାଇଁ, ଏସ. ଆଇ. ପି. ଏଲ. ବେହେରା, ଏସ. ଆଇ. ଏସ. ଦଳେଇ, ଏସ. ଆଇ. ବି. ମନ୍ତ୍ରୀ, ସ୍ୱତନ୍ତ୍ର ସ୍କ୍ୱାଡ ସଦସ୍ୟ, ସାଇବର ସେଲ ର ଶ୍ରବଣ ସାହୁ ପ୍ରମୁଖ କୁ ଟିମ ଗଠନ କରାଯାଇ ଓଡିଶା ଏବଂ ଓଡିଶା ବାହାର ର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହିତ ଗୁଳି କାଣ୍ଡ ରେ ବ୍ୟବହୃତ ବନ୍ଧୁକ, ଗାଡି ଏବଂ ହତ୍ୟା କାଣ୍ଡ ରେ ବ୍ୟବହୃତ ସମସ୍ତ ଜିନିଷ କୁ ଜବତ କରାଯାଇଥିବା ନେଇ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ l

Leave a Reply

Your email address will not be published. Required fields are marked *