ଗଳାପୋଲ ଦାବି ଜିଲ୍ଲାପାଳ ଙ୍କୁ ଭେଟିଲେ ଗ୍ରାମ ବାସୀ
ଗଳାପୋଲ ଦାବି ଜିଲ୍ଲାପାଳ ଙ୍କୁ ଭେଟିଲେ ଗ୍ରାମ ବାସୀ ଭଦ୍ରକ:= ୧୬ନଂ ଜାତୀୟ ରାଜପଥ ର ଅସୁରା ( ଖେମକା ଛକ) ଠାରେ ଗଳା ପୋଲ ପାଇଁ ରାହାଞ୍ଜ ଅସୁରା ଗ୍ରାମ ବାସୀ ପ୍ରଶାସନ ର ଦ୍ବାରସ୍ଥ ହୋଇଛନ୍ତି ରାହାଞ୍ଜ ସରପଞ୍ଚ ରାଜେନ୍ଦ୍ର ଦାସ ଙ୍କ ନେତୃତ୍ବ ରେ ଗ୍ରାମ ବାସୀ ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ଆଜି ପ୍ରଦାନ କରିଛନ୍ତି ଏମାନଙ୍କ ଅଭିଯୋଗ ହେଲା ୧୬ ନଂ ଜାତୀୟ ରାଜପଥ ରେ ସଂପ୍ରସାରଣ କାମ ଚୂଡାନ୍ତ ପର୍ଯ୍ୟୟ ରେ ପହଞ୍ଚିଛି ହେଲେ ଅଞ୍ଚଳ ବାସୀ ବାରମ୍ବାର ଦାବି ସତ୍ତେ ଏକ ଗଳା ପୋଲ ରୁ ବଞ୍ଚିତ ହୋଇଛନ୍ତି ସାନ ଅସୁରା ର ଗ୍ରାମ ବାସୀ ମାନେ ୧୬ନଂ ଜାତୀୟ ରାଜପଥ କୁ ଲାଗିଥିବା ରାହାଞ୍ଜ ପଞ୍ଚାୟତ ର ଏହି ରାଜସ୍ବ ଗ୍ରାମ ର ଅଧିକାଂଶ ଲୋକ ଚାଷ ଜମି ଜାତୀୟ ରାଜପଥ ର ପଶ୍ଚିମ ପାର୍ଶ୍ବ ରେ ଥିବା ଚାଷ ଜମି କୁ ଯିବା ପାଇଁ ହେଲେ ୧କିଲୋ ମିଟର ବୁଲିଯିବାକୁ ପଡୁଛି ତାହାଛଡା ରାଣୀତାଲ ହାଇସ୍କୁଲ କିମ୍ବା ଅସୁରା ପ୍ରଥମିକ ବିଦ୍ୟାଳୟକୁ ଯିବା କୁ ରାସ୍ତାରେ ଦୁଇ ପାର୍ଶ୍ବ ରେ ଥିବା ଛାତ୍ର ଛାତ୍ରୀଙ୍କ ପାଇଁ ବାଧକ ସାଜିଛି ଏହି ଜାତୀୟ ରାଜପଥ ୨୦୧୯ ମସିହାରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏହି ଗାଁ ରୁ ସର୍ବାଧିକ ୪ଜଣ ଛାତ୍ର ଛାତ୍ରୀ ମୃତ୍ଯୁ ଘଟିଥିଲା ୪ଜଣ ଗୁରୁତର ଆହତ ହୋଇ ଥିଲେ ରାସ୍ତା ପାର ହେବାର ସୁବିଧା ନ ଥିବାରୁ ଅନେକ ବେଳେ ଏଭଳି ଛୋଟ ବଡ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି ଗ୍ରାମ ବାସୀ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି ଯେ ଏହି ଅଭିଯୋଗ ସମ୍ପର୍କ ରେ ସରଜମିନ ତଦନ୍ତ କରି ଗ୍ରାମବାସୀ ଙ୍କ ଦୁର୍ଦଶା ଦୂର କରିବାକୁ ନିବେଦନ କରିଛନ୍ତି ଆସନ୍ତା ୭ ଦିନ ମଧ୍ଯ ରେ ପ୍ରତିଶୃତି ନ ପାଇଲେ ଜାତୀୟ ରାଜପଥ ର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ଆମେ ଶୃଙ୍ଖଳିତ ଭାବେ ଜାତୀୟ ରାଜପଥ ଅବରୋଧ କରିବେବୋଲି ଚେତାବନୀ ଦେଇଛନ୍ତି ଏହି ଦାବିପତ୍ର ପ୍ରଦାନ ବେଳେ ଦାମୋଦର ସାହୁ ନିରଞ୍ଜନ ଦାସ ପ୍ରଦ୍ୟୁମ୍ନ ଖୁଣ୍ଟିଆ ନରେନ୍ଦ୍ର ସାହୁ ଶାନ୍ତି ଲତା ସାହୁ ରୀତାରାଣୀ ସେଠୀ ମମତା ସାହୁ ସ୍ବର୍ଣ୍ଣ ଲତା ବେହେରା ରମାମଣି ସାହୁ ରୀନାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ
