ବାଇକ ଧକ୍କାରେ ଅଙ୍ଗନୱାଡି କେନ୍ଦ୍ରର ଛାତ୍ର

ଧରାକୋଟ ବ୍ଲକର ବରଡାବିଲୀ ପଂଚାୟତ ଅନ୍ତର୍ଗତ କହିରାପଲି ଗ୍ରାମର ଦୁଇ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ସେହି ଗ୍ରାମର ଅଞ୍ଜଳି ନାୟକ ଓ ଶଙ୍କର ନାୟକ ଙ୍କର ତିନି ବର୍ଷର ପୁତ୍ର ସାର୍ଥକ ନାୟକ ଏକ ହୋଣ୍ଡା ବାଇକ ଧକ୍କାରେ ଆହତ ହେବା ପରେ ତାଙ୍କୁ ତୁରନ୍ତ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । କହିରାପଲି ରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ଦୁଇ ନମ୍ବର କେନ୍ଦ୍ରରେ୧୫ ଜଣ ପିଲା ପାଠ ପଢ଼ୁଛନ୍ତି। ସମ୍ପ୍ରତି ପୋଷଣ ସମ୍ବନ୍ଧୀୟ ବୈଠକ ବରଡାବିଲୀ ଠାରେ ଅନୁଷ୍ଠିତ ହେଉଥିବାରୁ ଉଭୟ କେନ୍ଦ୍ରର କର୍ମୀ ଆଜି କେନ୍ଦ୍ରରେ ଅନୁପସ୍ଥିତ ରହିଥିଲେ । ଏଣୁ ସହାୟକ ମାନଙ୍କ ଦ୍ଵାରା କେନ୍ଦ୍ର ପରିଚାଳନା ହେଉଥିଲା । ସକାଳ ନଅ ଘଣ୍ଟା ଠାରୁ ଏକ ଘଣ୍ଟା ପର୍ଯ୍ୟନ୍ତ କେନ୍ଦ୍ର ଚାଲୁଥିବା ସମୟ ନିର୍ଘଣ୍ଟ ରହିଥିଲେ ମଧ୍ୟ ଦିନ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ୫୯ ଉପରେ କେନ୍ଦ୍ର ବାହାରେ ଏହି ଦୁର୍ଘଟଣା ଘଟିଥିଲା। ଦାରିଂବାଡି ରୁ ଆସିକା ଅଭିମୁଖେ ଯାଉଥିବା ବାଇକ ସାର୍ଥକ କୁ ଧକ୍କା ଦେବାରୁ ସେ ଗୁରୁତର ଭାବରେ ଆହତ ହୋଇ ପଡ଼ିଥିଲା । ଏଠାରେ ପ୍ରଶ୍ନ ଉଠୁଛି କେନ୍ଦ୍ର ବନ୍ଦ ହେବାର ସମୟ ହୋଇନଥିଲେ ମଧ୍ୟ ସହାୟିକା ଙ୍କର ବେପରୁଆ ମନୋଭାବ ଯୋଗୁଁ ଛାତ୍ର ଜଣକ ରାସ୍ତାକୁ ଆସିଯିବାରୁ ଦୁର୍ଘଟଣା ର ଶିକାର ହୋଇଥିଲା । ମିଳିଥିବା ଖବର ଅନୁଯାୟୀ କେନ୍ଦ୍ର ଗୁଡ଼ିକର ସହାୟିକା ମାନେ ବିନା ଅନୁମତିରେ ଦିନ ଦିନ ଧରି ଅନୁପସ୍ଥିତ ରହୁଥିବା ଯୋଗୁଁ କେନ୍ଦ୍ର ସୁଚାରୁ ରୁପେ ପରିଚାଳନାରେ ସମସ୍ୟା ଦେଖା ଦେଉଛି।ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଭବ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *