ଦ୍ୱି ପାକ୍ଷିକ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ,ନୟାଗଡରେ ନିର୍ମାଣ ଏବଂ ଅଣ ସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ଦ୍ୱିପାକ୍ଷିକ(fortnightly) ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେରେ 39 ଜଣ ଆବେଦନକାରୀଙ୍କୁ ସର୍ବମୋଟ 28 ଲକ୍ଷ 52 ହଜାର 800 ଟଙ୍କାର ଅର୍ଥ ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ 6 ଜଣଙ୍କୁ ବିବାହ କାଳୀନ ସହାୟତା ବାବଦରେ 3,00,000/- ଟଙ୍କା,5 ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ନୋମିନିଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ 10,00,000/- ଟଙ୍କା,4 ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ନୋମିନିଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ 20,000/- ଟଙ୍କା ଏବଂ 14 ଜଣ ହିତାଧିକାରୀଙ୍କ ପିଲା ପଢିବା ପାଇଁ ଶିକ୍ଷା ସହାୟତା ବାବଦରେ 1,32,800/- ଟଙ୍କା ପ୍ରଦାନ କରାଯାଇଥିଲା l ଏତଦଭିନ୍ନ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ 10 ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ନୋମିନିଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ 14,00,000/-(ଚଉଦ ଲକ୍ଷ ଟଙ୍କା) ର ଅର୍ଥ ରାଶି ପ୍ରଦାନ କରାଯାଇଥିଲା l ଏହି ବଣ୍ଟନ କାର୍ଯ୍ୟକ୍ରମରେ ରେ ନୟାଗଡ଼ ଜିଲ୍ଲା ଭାରପ୍ରାପ୍ତ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଚିତ୍ତ ରଞ୍ଜନ ରାଉତ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ଯାଣ) ଯୋଗ ଦେବା ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ସତ୍ୟବ୍ରତ ପାଇକରାୟ, ଶ୍ରୀ ଅନିଲ କୁମାର ମହାରଣା, ଶ୍ରୀମତୀ ପଦ୍ମିନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସୁରଖୁରରେ ସମାପନ କରିବାରେ ସହଯୋଗ କରିଥିଲେ l ପୁନର୍ବାର ଆସନ୍ତା ନଭେମ୍ବର 1 ରୁ 15 ତାରିଖ ମଧ୍ୟରେ ଏଭଳି ସହାୟତା ବଣ୍ଟନ ଶିବିର ଅନୁ୍ଷ୍ଠିତ ହବ ବୋଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ପ୍ରକାଶ l

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *