ଘୁ.ଉଦୟଗିରି ବିଧାନ ସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

କନ୍ଧମାଳ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ ନାୟକ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ ଙ୍କ ଉପସ୍ଥିତ ରେ ବାଲିଗୁଡା ସମନିତ୍ୱ ଆଦିବାସି ଉନୟନ ସଂସ୍ଥା କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । । ରାଇକିଆ ବ୍ଳକ ବିଜେଡି ସଭାପତି ରାଜମୋହନ ଦିଗାଳ ଏବଂ ଜି ଉଦୟଗିରି ନଗର ସଭାପତି ସଞ୍ଜିବ ପାତ୍ର ଙ୍କ ନେତୃତ୍ବରେ ଚାରି ଗୋଟି ବ୍ଳକ ରୁ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ୱ ବିଜୁ ପ୍ରେମୀ ଏବଂ କର୍ମୀ ମାନଙ୍କ ସହିତ ହନୁମାନ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ସାସନ ଲୋକାଭିମୁଖୀ ଯୋଜନା ର ବିକାଶ ଧାରାକୁ ବଜାଇ ରଖିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭଲପାଇବା ହିଁ ଆଜି ହଜାର ହଜାର ଜନ ସମାବେଶ ହୋଇ ପାରିଛି ବୋଲି କହିଛନ୍ତି ଜିଲ୍ଲା ପଯ୍ୟବେକ୍ଷକ ବିଜୟ ନାୟକ । ଏହି ଅବସରରେ ଜିଲ୍ଲାପରିଷଦ ଅଧକ୍ଷା ସାଧୁବାଣି ନାୟକ, ଜି ଉଦୟଗିରି ଏନ୍ଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ , ଜି ଉଦୟଗିରି ବ୍ଳକ ଅଧକ୍ଷା ସୁଷମା ପ୍ରଧାନ , ରାଇକିଆ ବ୍ଳକ ଅଧକ୍ଷ ପ୍ରୀତମ ପ୍ରଧାନ, ଟିକାବାଲି ବ୍ଳକ ଅଧ୍ୟକ୍ଷ ,ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ଙ୍କ ସହିତ ହଜାର ହଜାର ବିଜେଡ଼ି କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *