ମୃତ ଦମ୍ପତ୍ତିଙ୍କ ପରିବାରକୁ ଭେଟିଲେ ବିଜେଡି ମହିଳା ନେତ୍ରୀ ଲକ୍ଷ୍ମୀପ୍ରିୟା, ଅପରାଧୀକୁ କଠୋର ଦଣ୍ଡ ଦାବିଓର୍କେଲ/

ମାଲକାନଗିରି, ୨/୧୧ (): ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଏମଭି-୩୬ ଗାଁରେ ଘଟିଥିବା ହୃଦୟ ବିଦାରକ ହତ୍ୟାକାଣ୍ଡ ପରେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିଜୁ ଜନତା ଦଳର ରାଜ୍ୟ ମହିଳା ଉପସଭାପତି ଲକ୍ଷ୍ମୀପ୍ରିୟା ନାୟକ।ଗତ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ହତ୍ୟା କରାଯିବା ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ବୋଲି ସେ କହିଛନ୍ତି।ଆଜି ଶ୍ରୀମତୀ ନାୟକ ମୃତକଙ୍କ ଘରକୁ ଯାଇ ତାଙ୍କ ବଡ଼ ପୁଅ ଏବଂ ପରିବାର ବର୍ଗଙ୍କ ସହ ଭେଟି କଥା ହୋଇ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଛୋଟ ପୁଅର ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି।ଏହି ସମୟରେ ତାଙ୍କ ସହ ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ପଦ୍ମଗିରି ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କୁନି ଭୂମିଆ ମଧ୍ୟ ଉପସ୍ଥିତ ରହି ପରିବାରକୁ ସମବେଦନା ଜଣାଇଥିଲେ।ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅପରାଧୀକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ପ୍ରଶାସନ ନିକଟରେ ଉଭୟ ନେତ୍ରୀ ଦାବି କରିଛନ୍ତି। ଏହି ଦୁଃଖଦ ସମୟରେ ପରିବାର ପ୍ରତି ମୋର ଗଭୀର ସମବେଦନା ଅଛି ବୋଲି ଲକ୍ଷ୍ମୀପ୍ରିୟା ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *