ମାଥିଲି ବ୍ଲକରେ BDO ନଥିବା ଯୋଗୁଁ ଅଚଳ ହୋଇଛି ବିକାଶ କାର୍ଯ୍ୟ, ଚିନ୍ତାରେ ବ୍ଲକ
ବାସୀମାଥିଲି, ୨/୧୧ (ତୀର୍ଥକ୍ଷେତ୍ର): ମାଲକାନଗିରି ଜିଲ୍ଲାର ଏକ ପ୍ରମୁଖ ବ୍ଲକ ମାଥିଲି ବ୍ଲକରେ ଦୀର୍ଘ ଦିନ ହେବ ସ୍ଥାୟୀ BDO (ବ୍ଲକ ଉନ୍ନୟନ ଅଧିକାରୀ) ନଥିବା ଯୋଗୁଁ ବ୍ଲକର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏହାକୁ ନେଇ ବ୍ଲକବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି।ସୂଚନା ଅନୁସାରେ, ବର୍ତ୍ତମାନ ମାଥିଲି ବ୍ଲକର BDO ପଦବୀ ଖାଲି ପଡିଛି। ଅନ୍ୟ ବ୍ଲକର ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ଥିବାରୁ ସେ ନିୟମିତ ମାଥିଲି ବ୍ଲକକୁ ଆସି ପାରୁ ନାହାଁନ୍ତି। ଫଳରେ ବ୍ଲକରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, MGNREGA, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଛି। ଲୋକମାନେ ଛୋଟ ଛୋଟ କାମ ପାଇଁ ବ୍ଲକ ଅଫିସକୁ ବାରମ୍ବାର ଦୌଡ଼ି ନିରାଶ ହୋଇ ଫେରୁଛନ୍ତି।ଫାଇଲ ଗୁଡିକ ଦସ୍ତଖତ ଅଭାବରୁ ପଡି ରହିଛି। ବିଶେଷ କରି ଗରିବ ଲୋକମାନେ ସବୁଠୁ ଅଧିକ ହଇରାଣ ହେଉଛନ୍ତି।ତେଣୁ ସାଧାରଣ ଜନତା ଓ ବୁଦ୍ଧିଜୀବୀ ମହଲ ତରଫରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ, ତୁରନ୍ତ ମାଥିଲି ବ୍ଲକରେ ଜଣେ ସ୍ଥାୟୀ BDO ନିଯୁକ୍ତି କରାଯାଉ।
