କୋଣାର୍କରେ ବିଜେଡିର ଜନ ସମ୍ପର୍କ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସମାରୋହ

କୋଣାର୍କ,୦୯.୧୦.୨୦୨୬( )- ବିଜୁ ଜନତା ଦଳ ପକ୍ଷରୁ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ଶୋଭାଯାତ୍ରା କୋଣାର୍କରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ହୋଇଯାଇଛି। ନଗର ବିଜେଡ଼ି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ବରିଷ୍ଠ କର୍ମୀ ତଥା ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପା ରାଣୀ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ରାଉଳପାଟଣା ଛକ ନିକଟରୁ ୫ଶହରୁ ଉର୍ଦ୍ଧ୍ବ କର୍ମୀ ବାଇକରେ ଶୋଭାଯାତ୍ରା କରି ଜନ ସମ୍ପର୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କୋଣାର୍କ ସହର ପରିକ୍ରମା ପରେ ବିଜେଡ଼ି କାର୍ଯ୍ୟାଳୟ ପରିସରରେ ନୂତନ କାର୍ଯ୍ୟକାରୀ କମିଟି ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନୂତନ ଦାୟିତ୍ବ ଭାବେ ବିଧାୟକ ତୁଷାର ବେହେରାଙ୍କୁ ଆଇଟି ସେଲ ସଦସ୍ୟ, ସ୍ବାଧୀନ ନାୟକଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଭାପତି, ସମିତି ସଭ୍ୟ କାଶୀନାଥ ନାୟକଙ୍କୁ ସଧାରଣ ସମ୍ପାଦକ ଆଦି ଦାୟିତ୍ୱ ମିଳି ଥିବାରୁ ଦଳ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥି ସହିତ କୋଣାର୍କ ଏନଏସି ସମସ୍ତ ୱାର୍ଡ଼ ପାଇଁ ବିଜେଡିର ନବ ନିର୍ବାଚିତ ସଭାପତି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କୋଣାର୍କର ବିକାଶ ପାଇଁ ବିଜେପି ସରକାର ଅପାରଗତା ନେଇ ବିଧାୟକ ତୁଷାରକାନ୍ତି ବେହେରା ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପରେ ବର୍ଷି ଥିଲେ। ବିଜେଡ଼ି ଅମଳରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପାରିପାର୍ଶ୍ବିକ ବିକାଶ, ବ୍ୟବସାୟୀ ମାନଙ୍କ ଥଇଥାନ, ଚନ୍ଦ୍ରଭାଗା ବେଳାଭୁମି ବିକାଶ ଆଦି କାର୍ଯ୍ୟ ହାତକୁ ନିଆ ଯାଇଥିବା ବେଳେ ବିଜେପି ସରକାର ଏହାକୁ ବିକାଶ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ବିଜେପିର ଚକ୍ରାନ୍ତରେ କୋଣାର୍କ କଲେଜରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ୍ କରାଗଲା ବୋଲି ଅଭିଯୋଗ କରିଥିଲେ। ଏହି ଅବସରରେ ବିଜେଡ଼ିର ବରିଷ୍ଠ କର୍ମୀ ପ୍ରତାପ ଗୋଚ୍ଛାୟତ, ପଦ୍ମ ଚରଣ ବେଉରା, କାଉନସିଲର ବିଶ୍ବମ୍ବର ବିଶ୍ବାଳ, ଯୁବନେତା ସମୟ ରଞ୍ଜନ ସାହୁ, ରଞ୍ଜିତ ମଲ୍ଲ, ସତ୍ରୁଜିତ ନାୟକ, କୋଡ଼ା ବଳରାମ, ଶୁଶାନ୍ତ ବେଉରା, ସଞ୍ଜୟ ରାଉତରାୟ, ଶୁଶାନ୍ତ ମହାନ୍ତି , ମହଲପଡ଼ା ସରପଞ୍ଚ ଶୀର୍ଷ ନାୟକ, ତାରକୋର ସରପଞ୍ଚ ଶୁଶାନ୍ତ ପରିଡ଼ା, ସୂତନ ସଭାପତି ରମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *