ଜଗନ୍ନାଥ ବସ ସହ ଶୋଳପୁଅମା ବସ ଧକ୍କା

ଜଗନ୍ନାଥ ବସ ସହ ଶୋଳପୁଅମା ବସ ଧକ୍କା, ୭ଜଣ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଆହତ ଜଣେ ଗୁରୁତର ।କାକଟପୁର,୦୯.୧୦- କାକଟପୁର କୋଣାର୍କ ମୂଖ୍ୟ ରାସ୍ତାର ଅଶିଜଙ୍ଗା ଗ୍ରାମ ନିକଟରେ ଶ୍ରୀଜଗନ୍ନାଥ ବସ ଏବଂ ଶୋଳପୁଅମା ବସ ମଧ୍ୟରେ ସାଇଟି ମରାକୁ ଦୁଇ ଗାଡି ଧକ୍କା ହୋଇଥିଲା। ୭ ଜଣ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଆହତ ହେବା ସହ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ପ୍ରଥମେ ବାଙ୍ଗୁରୀଗାଁ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ଗୁରୁତର ଛାତ୍ରୀଙ୍କୁ।

ଘଟଣା ସ୍ଥଳରେ କାକଟପୁର ପୋଲିସ ପହଞ୍ଚି ଦୁଇ ବସକୁ ଅଟକରଖି ତଦନ୍ତ ଚଳାଇଥିବା ବେଳେ ଆଦର୍ଶ ଛାତ୍ରଛାତ୍ରୀ କିପରି ବସରେ ଆସୁଥିଲେ ବିଦ୍ୟାଳୟ ର ଗାଡି ରେ କାହିଁକି ଆସୁନଥିଲେ ବୋଲି ପ୍ରଶ୍ନ ଉଠିଛି। ଯଦି ବଡଧରଣର କ୍ଷତି ଘଟିଥାନ୍ତା ତାହେଲେ ଦାୟୀ କିଏ ରହିଥାଆନ୍ତା ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥି ସହିତ ଘରୋଇ ବସ ଓ ସରକାରୀ ବସ ମଧ୍ୟରେ ଏହିପରି ନିତିଦିନିଆ ଝଗଡ଼ା କାରଣରୁ ସଧାରଣ ଲୋକେ ହଇରାଣ ହରକତ ହେଉଛନ୍ତି। ତା ସହିତ ଦୁର୍ଘଟଣାରେ ଶିକାର ହେଉଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *