ବିଜେପି ପକ୍ଷରୁ କୋଣାର୍କରେ କଳା ଦିବସ ପାଳିତ

କୋଣାର୍କ,୨୫.୦୬()ସାରା ଦେଶରେ ଜୁନ ୨୫କୁ କଳା ଦିବସ ଭାବେ ପାଳନ କରିଛି ବିଜେପି। ୧୯୭୫ ମସିହା ଏହି ଦିନ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଏହା ସହ ଦଳ ଅଭିଯୋଗ କରିଛି ଗଣତନ୍ତ୍ର ଏବଂ ଭାରତର ସମ୍ବିଧାନ କଂଗ୍ରେସ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଛି। ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ରର ହତ୍ୟା କରିଥିଲା କଂଗ୍ରେସ।

ବିରୋଧୀ ଦଳର ଅନେକ ନେତାଙ୍କୁ ଜେଲରେ ପୁରାଇ ଥିଲେ । ୧୯ ମାସ ଧରି ତାନାଶାହି ଶାସନ ଚଳାଇ ଥିଲେ। କ୍ଷମତା ଖସିବା ଭୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ। ନିଜର ସ୍ୱାର୍ଥ ଓ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ। ସେଥିପାଇଁ ବିଜେପି ଏକ ଦାୟିତ୍ୱ ସମ୍ପନ୍ନ ଦଳ ହିସାବରେ ଜୁନ ୨୫କୁ କଳା ଦିବସ ଭାବେ କୋଣାର୍କ ଯାତ୍ରୀ ନିବାସରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ପାଳନ କରାଯାଇ କଂଗ୍ରେସ୍ ସରକାରଙ୍କୁ ନିନ୍ଦା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଆଗଧାଡିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *