ମାଁ ମହୁରୀ କାଳୁଆଙ୍କ ଯାତ୍ରା ଉତ୍ସବ ନେଇ ପ୍ରସ୍ତୁତି ବୈଠକ ।
ହିଞ୍ଜିଳିକାଟୁ ପୌର ପରିଷଦର ସଭା କକ୍ଷରେ ମାଁ ମହୁରୀ କାଳୁଆ ଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲୀ ଚରଣ ବେହେରାଙ୍କ ପୌରହିତରେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ହେବାକୁ ଥିବା ଚଳିତ ବର୍ଷର ଯାତ୍ରାର କାର୍ଯ୍ୟକ୍ରମ ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ନଭେମ୍ବର ୬ ତାରିଖରୁ ଆରମ୍ଭ ହୋଇ ପ୍ରାୟ ୮ ଦିନ ଧରି ଏହି ଯାତ୍ରା ଉତ୍ସବ ପାଳନ କିପରି ଆବଶ୍ୟକ ପଦକ୍ଷେପ ନିଆଯିବ ତାହାକୁ ନେଇ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀମାନେ ନିଜ ନିଜର ମତ ପ୍ରକାଶ କରିଥିଲେ । ମାଁଙ୍କ ଦର୍ଶନ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଦର୍ଶନ ପାଇଁ ଆସିଥାନ୍ତି । ଫଳରେ ସୁଚାରୁରୂପେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା ନେଇ ଉପଯୁକ୍ତ ସେବା ଯୋଗାଇ ଦେବା ସହ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଥିଲା ।

ମାଁ ମହୁରୀ କାଳୁଆ ଯାତ୍ରା କମିଟି ବୃନ୍ଦ ପ୍ରଶାସନିକ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ସହିତ ଧନ୍ୟବାଦ ଦେଇଥିଲେ ।ଉକ୍ତ ବୈଠକରେ ବିଡିଓ ଦିବ୍ୟଜ୍ଯୋତି ସ୍ମୃତି ରଞ୍ଜନ ଦେଓ , ଅତିରିକ୍ତ ତହସିଲଦାର ସୂରଜ ନାୟକ ,ଥାନା ଅଧିକାରୀ ଶ୍ରୀନିବାସ ସେଠୀ ,ଯାତ୍ରା କମିଟି ସଭାପତି ନିଳମଣୀ ପଟ୍ଟନାୟକ , ଡାକ୍ତର ସନ୍ତୋଷ ଷଢ଼ଙ୍ଗୀ,ବିଦ୍ଯୁତ ବିଭାଗୀୟ ଯନ୍ତ୍ରୀ ,ଅଗ୍ନିଶମ ଅଧିକାରୀ, ଅବକାରୀ ବିଭାଗୀୟ ଅଧିକାରୀ ,ଓ୍ଵାଟକୋ ବିଭାଗୀୟ ଅଧିକାରୀ , ଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ,ସମ୍ପାଦକ ପ୍ରମୁଖ ଯାତ୍ରା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
