ଚୋରାମଦ ବିକ୍ରିକୁ ବିରୋଧ କରି ଜିଲ୍ଲା ପ୍ରଶାସନକୁ ଦାବିପତ୍ର
:- ୨୬/୦୫ (ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ) ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରପରିଷଦ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ତଥା ଚୋର ମଦ କାରବାର ଶୀର୍ଷରେ ପହଞ୍ଚିଥିବାବେଳେ ଏହାର କରୁଣ ପ୍ରଭାବ ଗାଁ ଗାଁ ରେ ଦେଖିବାକୁ ମିଳୁଛି।

ବେଆଇନ ମଦ ବିକ୍ରି ରୋକିବାରେ ଅବକାରୀ ଓ ପୋଲିସ ଏକ ରକମର ଫେଲ ମାରିଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ବୁରୁପଡା ପଞ୍ଚାୟତ ବାସୀ ଲିଖିତ ଭାବେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ବୁରୁପଡା ପଞ୍ଚାୟତ ଅନ୍ତର୍ଗତ ପୋଡ଼ଙ୍ଗୀ ହାଇସ୍କୁଲ ନିକଟ ସରକାରୀ ପାଣି ଟାଙ୍କିର ବାଡ଼କୁ ଲାଗି ଦୈନନ୍ଦିନ ଅବାଧ ଚୋରା ମଦ ବିକ୍ରି କରାଯାଉଥିଲା। ଯାହାଫଳରେ ସେଠାରେ ମଦ୍ୟପ ଗୋଷ୍ଠୀ ମାତାଲ ହୋଇ ଅନେକ ସମୟରେ ନାନାଦିପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାର ଅଭିଯୋଗ ହୋଇଆସୁଛି। ସମ୍ପୃକ୍ତି ଅଞ୍ଚଳରେ ଦିନକୁଦିନ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢିବା ଫଳରେ ଗ୍ରାମରେ ଝିଅ ବୋହୁ ମାନେ ଦାଣ୍ଡକୁ ବାହାରିବା ଦୂରର କଥା ଦିନ ଦ୍ବିପ୍ରହରରେ ସେମାନଙ୍କ ଯାଆସ କରିବା ଅସହ୍ୟ ହୋଇପଡୁଛି। ଏପରିକି ଘରେ ଘରେ କଳି ଝଗଡା ଲାଗିରହୁଥିଲା। ଏନେଇ ଯିଏ ବି ବିରୋଧ କରୁଛି ସେ ଆକ୍ରୋଶର ଶିକାର ହେଉଥିବା ଗ୍ରାମବାସୀ କହିଛନ୍ତି।ତେବେ ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ସୁଦ୍ଧା କିଛି ଫରକ ପଡୁନଥୁବା ଅଭିଯୋଗ କରିଛନ୍ତି। ଗ୍ରାମର ରାଜନୈତିକ ଗୋଷ୍ଠି କନ୍ଦଳ ସାଙ୍ଗକୁ ଗୋଷ୍ଠି ସଂଘର୍ଷ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଫଳରେ ନିର୍ବାଚନ ପରିବର୍ତ୍ତି ହିଂସାକୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି । ଗ୍ରାମରେ କିଛି ମୁଷ୍ଟି ମେୟ ପ୍ରଶାସନ ଅଧିକାରୀ ଏବଂ ରାଜନେତାଙ୍କ ଇଙ୍ଗିତରେ ଜନୈକ ବ୍ୟକ୍ତି ବେଆଇନ ଭାବେ ମଦ ବିକ୍ରୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମଦ ବିକ୍ରୟ ହେବା ଦ୍ବାରା ଗ୍ରାମରେ ପରିବେଶକୁ ଦୁଷିତ ହେବା ସହ ଦିନକୁ ଦିନ ଅଶାନ୍ତିର ବାର୍ତ୍ତାବରଣ ସୃଷ୍ଟି ହେଉଛି ! ବାରମ୍ବାର ଅବକାରୀ ଓ ପୋଲିସକୁ ଏନେଇ ଖବର ଦେଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ସେହିଭଳି ଏ ନେଇ ବୁରୁପଡା ପଞ୍ଚାୟତ ର ପଞ୍ଚାୟତ ୱାର୍ଡ ସଭ୍ୟ ଙ୍କ ସହ ଜ୍ୟୋସ୍ନା ରାଣି ବେହେରା, ମାମିନି ବେହେରା, ସୋମ୍ୟରଞ୍ଜନ ମିଶ୍ର,ଶ୍ୟାମ ସୂନ୍ଦର ବେହେରା,ଝିଲି ବେହେରା ,ଜୟ ଦାଶ, ନାରାୟଣ ପାଢ଼ୀ , ରଞ୍ଜନ ବେହେରା,ମୁନା ଗୈାଡ, କିଶୋର ଚନ୍ଦ୍ର ବେହେରା, ଚିତ୍ରସେନ ବେହେରା,ରାଜିବ କୁମାର ପାଢୀ, ଜୟନ୍ତୀ ବେହେରା, ୱାର୍ଡ ସଭ୍ୟ ପବିତ୍ର କୁମାର ପାଢୀ,, ୱାର୍ଡ ସଭ୍ୟ ବାସନ୍ତୀ ବେହେରା, ୱାର୍ଡ ସଭ୍ୟ ସୁନିଲ କୁମାର ଗୈାଡ, ୱାର୍ଡ ସଭ୍ୟ ଶାନ୍ତିଲତା ବେହେରା, ୱାର୍ଡ ସଭ୍ୟ ଜାନକି ପଣ୍ଡା , ୱାର୍ଡ ସଭ୍ୟ ରିଲା ସେଠୀ, ୱାର୍ଡ ସଭ୍ୟ ସମାର କୁମାର ବେହେରା,ଯୋଗିନ୍ଦ୍ର ବେହେରା,ରିନା ରାଣି ଗୈତମ, ରେବତୀ ବେହେରା,ଶାରଦା ଗୈାଡ,ପ୍ରମୁଖ ଙ୍କ ସହ ଶହଶହ ଗ୍ରାମ ବାସୀ ଲିଖିତ ଅଭିଯୋଗ ଜିଲ୍ଲା ପ୍ରଶାସନକୁ କରିଛନ୍ତି। ତେବେ ପୋଲିସ ଓ ଅବକାରୀ ଉକ୍ତ ଗ୍ରାମକୁ ମଦମୁକ୍ତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ ଵୃନ୍ଦ। ଯଦି ଉକ୍ତ ଯାଗାରେ ବିକ୍ରୟ ହେଉଥିବା ବେଆଇନ ଭାବେ ମଦ ବିକ୍ରୟକୁ ବନ୍ଦ ନକରନ୍ତି ତେବେ ଆମ୍ଭେ ଗ୍ରାମବାସୀ ବୃନ୍ଦ ଆଗାମୀ ଦିନରେ ଆନ୍ଦୋଳନକୁ ଓଲ୍କାଇଵା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସ୍ପଷ୍ଟ କହିଛନ୍ତି।
