ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶ୍ରୀମନ୍ଦିର ସମ୍ମୁଖରେ ବିଜେପିର ଦୀପଦାନ

ଶ୍ରୀମନ୍ଦିରରେ ଦୀପଦାନ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜନ୍ମଦିବସ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ଶ୍ରୀମନ୍ଦିର ସମ୍ମୁଖରେ ଉପସ୍ଥିତ ରହି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଦୀପଦାନ କରାଯାଇଛି। ଏହି ଦୀପଦାନ କାର୍ଯ୍ୟକ୍ରମରେ ପୁରୀ ସହରର ବିଜେପି ନେତା ଏବଂ କର୍ମୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ମହାପ୍ରଭୁ ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ। ସେ ଦେଶବାସୀଙ୍କ‌ର ଆହୁରି ନିରନ୍ତର ସେବା କରନ୍ତୁ ମନମୋହନ କହିଥିଲେ । ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଜଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାରେ ଗରିବ ଲୋକଙ୍କ ସହିତ କୃଷକ, ମହିଳା, ଛାତ୍ରଛାତ୍ରୀ ସବୁ ବର୍ଗର ଲୋକମାନେ ଲାଭାନ୍ବିତ ହୋଇଛନ୍ତି। ଦୀର୍ଘ ୨୫ ବର୍ଷ ହେବ ସେ ଲୋକଙ୍କ ଜନସେବାରେ ଅଛନ୍ତି। ଏଣୁ ମହାପ୍ରଭୁଙ୍କ ନିକଟରେ ଆମର ପ୍ରାର୍ଥନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଭୁ ଜଗନ୍ନାଥ ଆହୁରି ଶକ୍ତି ଓ ଆଶିର୍ବାଦ ପ୍ରଦାନ କରନ୍ତୁ।

Leave a Reply

Your email address will not be published. Required fields are marked *