ଭକ୍ତଙ୍କ ଆଧ୍ୟାତ୍ମିକ ଭାବନା ସହ ଜଡ଼ିତ.. ଖଜା ତିଆରି ରେ ହେଉଛି ଅପମିଶ୍ରଣ !
ଆକ୍ଟିଭ୍ ମୁଡ୍ ରେ ପୁରୀ ଜିଲ୍ଲା ପ୍ରଶାସନ। ଭକ୍ତଙ୍କ ଆଧ୍ୟାତ୍ମିକ ଭାବନା ସହ ଜଡିତ ବିଭିନ୍ନ ଖଜା ଗୋଦାମରେ ଅଚାନକ ଚଢାଉ କଲା ଖାଦ୍ୟ ସୁରକ୍ଷା ବିଭାଗ,, ଯୋଗାଣ ବିଭାଗ ସହ ପୁରୀ ପୋଲିସ। ପୁରୀ ଦେଶର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହୋଇଥିବା ବେଳେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି। ହେଲେ ଏଠି ଶ୍ରଦ୍ଧାଳୁଙ୍କୁ ପରଷା ଯାଉଛି ବିଷ l ସହରରେ ପ୍ରାୟ ୩୦ ରୁ ୩୫ ଟି ଖଜା ଗୋଦାମ ରହିଛି। ଦିନରାତି ଏଠି ଭେଜାଲ ଖଜା ପ୍ରସ୍ତୁତ ହେଉଛି। ଅପମିଶ୍ରିତ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ – ବନସ୍ପତି ଘିଅରେ ଖଜା ଛଣା ଯାଉଛି, ଯାହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ବିପଦ। ଆଜି ପ୍ରାଥମିକ ଭାବେ ୪ ଟି ଗୋଦାମରେ ଚଢ଼ାଉ କରାଯାଇ ପ୍ରାୟ ୩୫/୪୦ ହଜାର ଟଙ୍କା ଫାଇନ କଟାଯାଇଥିବା ବେଳେ ଟ୍ରାକ୍ଟରରେ ଜବତ ହୋଇଥିବା ୪ କୁଇଣ୍ଟାଲ ଖଜା ନଷ୍ଟ କରାଯାଇଥିବା କହିଛନ୍ତି ପୁରୀ ଏସପି। ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ଶ୍ରୀସେତୁ ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିବା ବେଳେ ତିନୋଟି ଗ୍ୟାସ୍ ଜଵତ ହୋଇଥିବା କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀଣୀ। ସେପଟେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖଜା ତିଆରି ହେଉଥିବା ବେଳେ ପ୍ରଶାସନର ଜୁଲମ୍ ଓ ମନଇଚ୍ଛା ଫାଇନ୍ ଆଦାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବେପାରୀ। ବାଇଟ୍1- ପ୍ରତୀକ୍ ସିଂ,, ଏସପିବାଇଟ୍2-ତପସ୍ୱୀନୀ ବେହେରା,,ଖାଦ୍ୟ ସୁରକ୍ଷା ଅଧିକାରୀଣୀ,,( ଖଜା ରେଡ୍ PART USE ହବ )ବାଇଟ୍3-ଖଜା ଦୋକାନୀ ଭିଓ-କେବଳ ଖଜା ନୁହେଁ ବରଂ ସମୁଦ୍ରକୂଳ ଅଞ୍ଚଳରେ ମାଳମାଳ ଫାଷ୍ଟଫୁଡ୍ ଦୋକାନ ରହିଛି। ଶହ ଶହ ପର୍ଯ୍ୟଟକ ଫାଷ୍ଟଫୁଡ୍ ଦୋକାନକୁ ଯାଇ ବିଭିନ୍ନ ପ୍ରକାରର ମାଛ,ଚିକେନ୍,ଚିଙ୍ଗୁଡି ଛଣା ଖାଦ୍ୟ ଖାଉଛନ୍ତି। ତେଣୁ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ସମୁଦ୍ରକୂଳ ଅଞ୍ଚଳର ଅଧିକାଂଶ ଫାଷ୍ଟଫୁଡ୍ ଦୋକାନରେ ୨ ରୁ ୩ ଦିନର ବାସି ଖାଦ୍ୟକୁ ଫ୍ରିଜରେ ରଖି ଗରମ କରି ବିକ୍ରି କରାଯାଉଛି। ନିମ୍ନମାନର ମସଲା, ବାରମ୍ବାର ବ୍ୟବହୃତ ପୋଡା ତେଲରେ ଖାଦ୍ୟ ପ୍ରସ୍ତୁତ ହେଉଛି। ବର୍ଷ ବର୍ଷ ଧରି ଏହି ବେଆଇନ କାରବାର ଚାଲିଛି।

ତେଣୁ ତୁରନ୍ତ ସମୁଦ୍ରକୂଳ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ କଡାକଡି ଏନଫୋର୍ସମେଣ୍ଟ କରିବାକୁ ଦାବି ହୋଇଛି। ଅନ୍ୟପଟେ ସମୁଦ୍ରକୂଳ ଅଞ୍ଚଳରେ ବାସୀ ଖାଦ୍ୟ ବିଭିନ୍ନ ଫାଷ୍ଟଫୁଡ୍ ଦୋକାନରେ ବିକ୍ରି ଘଟଣାରେ ପ୍ରଶାସନ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରଥଯାତ୍ରା ସମୟରେ ବେଳାଭୂମି ନିକଟରେ ଥିବା ଫାଷ୍ଟଫୁଡ୍ ଦୋକାନରେ ଚଢାଉ କରାଯାଇଥିଲା ଏବଂ ଖୁବଶୀଘ୍ର ପୁର୍ନବାର ଚଢାଉ କରାଯିବ ବୋଲି କହିଛନ୍ତି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ। ଏଠି ପ୍ରଶ୍ନ, ଉଠୁଛି କେବଳ ରଥଯାତ୍ରା ବେଳେ ଧର୍ମକୁ ଆଖିଠାର ପରି ଚଢାଉ କରି ବାଃ ବାଃ ନେଉଛନ୍ତି ଅଧିକାରୀ ? ବର୍ଷ ତମାମ ବଡଦାଣ୍ଡ, ସମୁଦ୍ରକୂଳରେ ଯାଞ୍ଚ କାହିଁକି ହେଉନାହିଁ ? ରାଜ୍ୟ ସରକାର ଖାଦ୍ୟ ନିରାପତ୍ତା ଅଧିକାରୀ ଏବଂ ମହାନଗର ନିଗମରେ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ କରିଛନ୍ତି ସତ, ହେଲେ ନିୟମିତ ଯାଞ୍ଚ ହେଉନାହିଁ କାହିଁକି ?? ଏଭଳି ଅନେକ ଅସମାହିତ ପ୍ରଶ୍ନ ଅଧିକାରୀଙ୍କ ନୀରବତାକୁ ନେଇ ସାଧାରଣରେ ସନ୍ଦେହ ବଢାଇଛି।ପର୍ଯ୍ୟଟକଙ୍କ ଜୀବନ ସହ ଖେଳୁଥିବା ଦୋକାନୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲେ ଆଉ କେହି ଏଭଳି ଭୁଲ୍ କରିବେ ନାହିଁ ବୋଲି ମତ ପ୍ରକାଶ ପାଇଛି l
