ଅହେତୁକ ବିଜୁଳି ଦର ପ୍ରତିବାଦରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା।

ଦିନକୁ ଦିନ ବିଜୁଳି ଦର ବଢ଼ିବାରେ ଲାଗିଛି । ଏହି ବିଜୁଳି ଦର ବଢିବା ସହ ଅବିରତ ବିଦ୍ୟୁତ ସରବରାହ ମଧ୍ୟ ହୋଇ ପାରୁନାହିଁ । ଫଳରେ କରୋନା ପରିସ୍ଥିତି ରେ ଛାତ୍ରଛାତ୍ରୀ ମାନେ ଅନଲାଇନ ରେ ଶିକ୍ଷା ର ସୁବିଧା ପାଉଥିବା ବେଳେ ବାରମ୍ବାର ଆଘୋଷିତ ବିଦ୍ୟୁତ କାଟ ଶିକ୍ଷା କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଏହା ପ୍ରତିବାଦରେ ସନ୍ଧ୍ୟାରେ ଜିଲ୍ଲା ବିଜେପି ତରଫରୁ କ୍ୟାଣ୍ଡେଲ ଏବଂ ଲଣ୍ଠନ ଧରି ଅଭିନବ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜେପି କର୍ମୀ ସ୍ଥାନୀୟ ରାମ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିଦ୍ୟୁତ ବିଭାଗ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଓଡ଼ିଶା ସୀମାବର୍ତୀ ରାଜ୍ୟ ଗୁଡିକରେ ପ୍ରକାଶ ଯେ ବିଦ୍ୟୁତ ଶୁଳ୍କ କମ୍ ରହିଥିବା ବେଳେ ଓଡ଼ିଶାରେ ଖୁବ କମ ଦିନ ବ୍ୟବଧାନରେ ପ୍ରଥମେ ୟୁନିଟ ପିଛା ୨୦ ପଇସା ଏବଂ ପୁନର୍ବାର ୩୦ ପଇସା ବୃଦ୍ଧିକୁ ଟାଟା କମ୍ପାନୀର ଜୁଲୁମ ବୋଲି ବିଜେପି ନେତାମାନେଅଭିଯୋଗ କରିଛନ୍ତି ଏହା ସହ ଲୋ ଭୋଲ୍ଟେଜ ଏବଂ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ପାଇଁ ଦାବି ମଧ୍ୟ କରିଛନ୍ତି । ତୁରନ୍ତ ଏ ସମସ୍ୟା ର ସମାଧାନ ନହେଲେ ଜିଲ୍ଲା ବିଜେପି ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *