ପୁରୀରେ ବିଜେପି ପକ୍ଷରୁ ସେବା ସଂକଳ୍ପ ଆଭିଯାନ
ପୁରୀରେ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସେବା ସଂକଳ୍ପ ଅଭିଯାନ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସ୍ବଚ୍ଛତା ଆମ ଜଗନ୍ନାଥ ପରମ୍ପରାର ପ୍ରତୀକ। ପୁରୀରେ ସବୁଠାରୁ ଅଧିକ ପ୍ଲାଷ୍ଟିକ ହେଉଛି। ପ୍ରତିଦିନ ପର୍ଯ୍ୟଟକ ଓ ଯାତ୍ରୀ ଆସୁଥିବା ଯୋଗୁଁ ପୁରୀରେ ପ୍ଲାଷ୍ଟିକ ବ୍ୟବହାର ବଢୁଛି। ସ୍ବଛତା ଆମ ଜୀବନ ଚରିତ୍ରରେ ପରିବର୍ତ୍ତନ ଆଣୁ। ଆମେ ଆମ ସହରକୁ, ଗାଁ କୁ ସଫା କରିବା ଆବଶ୍ୟକ। ବିଜେପି ପକ୍ଷରୁ ଆୟୋଜିତ ସଫେଇ ଅଭିଯାନରେ ଏଭଳି ବାର୍ତ୍ତା ରଖିଛନ୍ତି ଧର୍ମେନ୍ଦ୍ର।

ଆଜି ସକାଳୁ ହାତରେ ଝାଡ଼ୁ ଧରି ଗଜପତି ଙ୍କ ରାଜ ନଅର ଠାରୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇ ସାଲବେଗ ପୀଠ ରେ ପହଞ୍ଚିଥିଲା। ପରେ ପୁରୀ ହସ୍ପିଟାଲ ରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା। ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଙ୍କ ସହିତ ବିଜେପି ର ବହୁ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ସାଲବେଗ ଠାରେ ସଫେଇ କର୍ମଚାରୀ ଙ୍କୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ବାଇଟ୧- ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ l
