ବ୍ଲକ ସ୍ତରୀୟ ସୁରଭି ଉତଯାପିତ

ବ୍ରହ୍ମପୁର – ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲାଜୀ ବିଦ୍ୟାପୀଠ କନୀଷୀ ଠାରେ ରଙ୍ଗେଈଲୁଣ୍ଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2024 ମହା ଆଡମ୍ବରରେ ଉତଯାପିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅଂଶୁମାନ ମହାପାତ୍ର, ବି. ଡି. ଓ. ରଙ୍ଗେଈଲୁଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କନିଷି ତହସିଲଦାର ଶ୍ରୀଯୁକ୍ତ କବିରାଜ ପ୍ରଧାନ ଯୋଗ ଦେଇଥିଲେ I ବିଶିଷ୍ଟ ଅତିଥି ଭାବେ ଶ୍ରୀଯୁକ୍ତ ବିବେକାନନ୍ଦ କର ଯୋଗ ଦେଇଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଡ଼ . ହୃଷିକେଶ ପାଣିଗ୍ରାହୀ (ପୂର୍ବତନ ନିର୍ଦ୍ଧେଶକ ଅଲ ଇଣ୍ଡିଆ ରେଡ଼ିଓ ) ଯୋଗ ଦେଇ ଓଡିଶାର କଳା ଓ ସଂସ୍କୃତି ସମ୍ବଦ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ତାଙ୍କର ଯାଦୁଗରୀ କଣ୍ଠର ତାଳେ ତାଳେ ସମଗ୍ର ପରିବେଶକୁ ରଙ୍ଗାୟିତ କରିଥିଲେ l

ବ୍ଲକର 17ଟି କ୍ଲଷ୍ଟ୍ରରୁ ମନୋନୀତ ହୋଇଥିବା 378 ଜଣ ପ୍ରତିଯୋଗୀ ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଚଳିତ ଶିକ୍ଷା ବର୍ଷ ସୁରଭି କାର୍ଯ୍ୟକ୍ରମର ମୂଳ ବିଷୟ ବସ୍ତୁ ରହିଥିଲା (ଓଡ଼ିଶାର ଲୋକ କଳା )l ଏହାକୁ ଆଧାର କରି ଛାତ୍ର ଛାତ୍ରୀମାନେ ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରିଥିଲେ lକାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପୁରସ୍କାର ବିତାରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ସପୂର୍ଣ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ପରିବହନ, ଖଣି ଓ ଇସ୍ପାତ,ଓଡିଶା ସରକାର ଛାତ୍ର ଛାତ୍ରୀମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଉତ୍ତମ ନାଗରିକ ହେବl ସହିତ ସଂସ୍କାରି ହେଵା ପାଇଁ ଆହ୍ୱାନ ଦେଇଥିଲେ l ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳିର ବିକାଶ ଘଟିଲେ ଜଣେ ସଫଳତାର ଶୀର୍ଷ ଛୁଇଁ ପାରେ ଏହି ବାର୍ତ୍ତା ସେ ପ୍ରତିଯୋଗି ମାନଙ୍କୁ ହୃଦୟଙ୍ଗମ କରାଇଥିଲେ lପ୍ରଫେସର ବଳଭଦ୍ର ତ୍ରିପାଠୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀମତୀ ରାଜେଶ୍ୱରୀ ଦୋରା ଜିଲ୍ଲା ପରିଷଦ ଉପlଦକ୍ଷା, zone -53,ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ ନିମନ୍ତେ ଉତ୍ସlହିତ କରିଥିଲେ l ବିଶିଷ୍ଟ ଅତିଥି ଭାବେ ଡ଼. ସରୋଜ ମୋହନ ପାଳ, ଜିଲ୍ଲା ଆଦିବାସୀ ସଂଯୋଜକ ଯୋଗ ଦେଇଥିବା ବେଳେ ଶ୍ରୀଯୁକ୍ତ କେ. କୃଷ୍ଣ ମୂର୍ତ୍ତି ଅବସର ପ୍ରାପ୍ତ ଏସ. ଆଇ. ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ lସମସ୍ତ ମାନ୍ୟ,ଗଣ୍ୟ, ବିଜ୍ଞ ଅତିଥିଙ୍କ କରକମଳରେ ନୂତନ ଭାବେ ଅବସ୍ଥାପିତ ସି. ଆର. ସି. ସି. ଙ୍କୁ ସମ୍ବର୍ଦ୍ଧିତ କରାଇଥିଲେ l ସଭାର ଅନ୍ତିମ ପର୍ଯ୍ୟlୟରେ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା l ବ୍ଲକ ସ୍ତରୀୟ ସୁରଭିର ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀ ଆସନ୍ତା 02/11/2024 ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗନେବେ l ଏହା ସହିତ ସମୂହ ବନ୍ଦେ ଉତ୍ତକଳ ଜନନୀ ଗାନ ପୂର୍ବକ ସମସ୍ତ ଅତିଥିଙ୍କୁ କୃତଙଜ୍ଞତା ଜଣାଇ ସଭା ସାଙ୍ଗ କରାଯାଇଥିଲା l ଏହି ସମ୍ପୂର୍ଣ କାର୍ଯ୍ୟକ୍ରମର ପରିଚାଳନା କାର୍ଯ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ରଙ୍ଗେଈଲୁଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ, ସମସ୍ତ ସି. ଆର. ସି. ସି. ଏବଂ ବାଲାଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ସମେତ ସମସ୍ତ କାର୍ଯ୍ୟକର୍ତା ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *