ଦୁଗୁଧା କ୍ଲୋଷ୍ଟର ଦ୍ଵାରା ସୁରଭି ମହୋତ୍ସବ ପାଳିତ

ଉଦଳା ବ୍ଲକ ଦୁଗୁଧା କ୍ଲୋଷ୍ଟର ର ଶିଶୁ ମହୋତ୍ସବ ସୁରଭି ୨୦୨୪ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଅଁରପାଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ଆର ଡି ଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣ।ବଳୀର ବିକାଶ ନିମନ୍ତେ ସୁରଭି ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ ।ଉକ୍ତ ବୈଠକରେ ସି ଆର ସିସି ବିଜୟ କୁମାର ବେହେରା ପ୍ରତିଯୋଗିତାର ସ୍ୱରୂପ ଓ ପରିଚାଳନ ସମ୍ପର୍କରେ ପ୍ରକାଶ କରିବା ସହିତ କ୍ଲୋଷ୍ଟର ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନେ ଯେପରି ଶୃଙ୍ଖଳା ର ସମସ୍ତ ବିଭାଗ ରେ ଅଂଶ ଗ୍ରହଣ କରିବେ ସେ ଦିଗରେ ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୪ ଟି ବିଦ୍ୟାଳୟରୁ ମୋଟ ୨୮୫ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ମହାପାତ୍ର ସଭାପତିତ୍ୱ କରିଥିଲେ ଶିକ୍ଷକ ଦୈତାରୀ ବିନ୍ଧାଣି ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ସିଙ୍ଗାରିଆ ପଞ୍ଚାୟତ ର ସରପଞ୍ଚ ସୁନାରାମ ଟୁଡୁ, ମୁଖ୍ୟ ବକ୍ତା ଭାବେ ଭାବେ ଆର ଡି ଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଚିତ୍ତରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ। ବୈଠକରେ ଉପସ୍ଥିତ ଵିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶଙ୍କର୍ଷଣ ଖଣ୍ଡେଇ, ଶିକ୍ଷକ ରଜତ କୁମାର ମହାପାତ୍ର, ରଜତ କୁମାର ଗିରି, କଇଁସରି କ୍ଲଷ୍ଟର ର ସି ଆର ସିସି ଶାନ୍ତନୁ କୁମାର ଦାଶ, ନୂଆଗାଁ କ୍ଲୋଷ୍ଟର ର ସି ଅର ସିସି ତପନ କୁମାର ମିଶ୍ର ଓ ଜୟନ୍ତ କୁମାର ମହାପାତ୍ର ବିଚାର ପତି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ରାଜକିଶୋର ବିନ୍ଧାଣି ।ମୋନାଜ କୁମାର ରାଇସିଙ୍ଗ, ସି ଆର ସିସି ବିଜୟ କୁମାର ବେହେରା ସ୍ୱତନ୍ତ୍ର ଅତିଥି ଭାବେ ପରିଚାଳନା କରଥିଲେ, ଶିକ୍ଷୟତ୍ରୀ ଲତିକା ଦାସ, ଅନୁପମା ସାହୁ, ସ୍ଵର୍ଣ୍ଣପ୍ରଭା ହାତୀ ଏବଂ କ୍ଲୋଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। କୃତୀ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ପରେ ଶିକ୍ଷକ ତପନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *