ବଜ୍ରଘାତରେ କୃଷକ ମୃତ୍ୟ
ମୃତ୍ୟୁ ଦେଖେନାହିଁ ସ୍ଥାନ କାଳ ପାତ୍ର ଗରିବ ଧନୀ ଚୋଟ ନା ବଡ଼ କେତେବେଳେ ଆସିବ ତାହା କେହିଁ କହିପାରିବିନି l ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗୋପ ବ୍ଲକ ଅଧିନସ୍ତ ଅଣ୍ଡରା – ଇଚ୍ଛାପୁର ପଞ୍ଚାୟତର ବଡ଼ ମଠ ଗ୍ରାମର ଚିତ୍ରସେନ ରାଉତ (40) ଙ୍କ କ୍ଷେତ୍ରରେ l ଦୈନିକ ନିଜର ନିତ୍ୟକ୍ରମ ସାରି ବିଲ ବାଡ଼ିକୁ କ୍ଷେତ ରେ କାମ କରନ୍ତି l ବୁଧୁବାର ସକାଳ ସମୟରେ ବିଲରୁ କାର୍ଯ୍ୟ ସାରି ଫେରୁଥିବା ସମୟରେ ହଟାତ ବଜ୍ରପାତ ହେଇଥିଲା ଆଉ ସେଠାରେ ସିଏ ଟଳିପଡ଼ିଥିଲେ l ପରିବାର ଲୋକ ଗ୍ରାମବାସୀଙ୍କ ସହାୟତା ତାଙ୍କୁ ଗୋପ ହସ୍ପିଟାଲକୁ ଆଣିଥିଲେ କିନ୍ତୁ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଗୋପରୁ ଚାରିଛକ ହସ୍ପିଟାଲ ଶବ ବ୍ୟବଛେଦ ପାଇଁ ଗୋପ ଥାନା ପଠାଇଛି l ଚିତ୍ରସେନଙ୍କ ପୁଅ ଗୋପ କଲେଜରେ ପାଠ ପଡୁଥିବା ବେଳେ ଝିଅ ସ୍କୁଲରେ ପଢ଼େl ପରିବାରର ଏକମାତ୍ର ରୋଜଗାରକ୍ଷମ ହେଉଛନ୍ତି ଚିତ୍ରସେନ, ଏଣୁ ପଞ୍ଚାୟତ ପକ୍ଷରୁ ସରକାରଙ୍କ ନିକଟରେ ଚିତ୍ରସେନ ପରିବାର ଭରଣ ପୋଷଣ ଓ ପୁଅ ଝିଅର ପାଠ ପଡ଼ା ଆଦି ଖର୍ଚ୍ଚ ବହନ କରିବାକୁ ସାଧାରଣରେ ଦାବି ହେଉଛି।
