ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ପରିସରରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ୧୧୧ ଜଣ ବ୍ଯକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଭଞ୍ଜନଗର ବ୍ଲଡ୍ ବ୍ଯାଙ୍କର ଏକ ଟିମ୍ ଏହି ଶିବିର ଅବସରରେ ସ୍ବେଚ୍ଛାକୃତ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିର ପରିଚାଳନାରେ ନଗର ବିଜେପି ସଭାପତି କେଦାର ନାଥ ମହାରଣା , କୃଷ୍ଣଚନ୍ଦ୍ର ମହାପାତ୍ର, ୟୁ.ଯଜ୍ଞନାରାୟଣ ପାତ୍ର, ଶେଷଦେବ ପାତ୍ରଙ୍କ ସମେତ ଅନ୍ଯ ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *