ଦ୍ୱାବିଂଶତିତମ ଜଟଣୀ ପୁସ୍ତକ ମେଳା


ସର୍ବ ସମ୍ମତିକ୍ରମେ ଜଟଣୀ ପୁସ୍ତକ ମେଳା, ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ଜଟଣୀ ବିକାଶ ନଗର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଜାଇଛି। ଶ୍ରୀ କୁମାର ମୋହନ ମହାନ୍ତି, ଶ୍ରୀ ଅକ୍ଷୟ କୁମାର ମହାନ୍ତି, ଶ୍ରୀ ସୁଶାନ୍ତ କୁମାର ରାଉତ ମହୋଦୟ ମାନଙ୍କ ପ୍ରଚେଷ୍ଟାରେ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ଏବଂ ଚର୍ଚ୍ଚାର ବିଷୟ ଥିଲା, ଶ୍ରୀ କୁମାର ମୋହନ ମହାନ୍ତି ଏବଂ ଶ୍ରୀ ଅକ୍ଷୟ କୁମାର ମହାନ୍ତି ବକ୍ତବ୍ଯ ରଖିଥିଲେ, ଜଟଣୀରେ ଦିର୍ଘ ଦିନରୁ ହୋଇ ଆସୁଥିବା ପୁସ୍ତକ ମେଳା ଚଳିତବର୍ଷ ଅପ୍ରେଲ ୦୬ ତାରିଖ ଠାରୁ ୧୨ ତାରିଖ ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମସ୍ତ କାର୍ଯକ୍ରମ କିଭଳି ସରସ ସୁନ୍ଦର ହୋଇ ପାରିବ। ପ୍ରତେକ ଦିନ ନୂତନ ନୂତନ ଆମନ୍ତ୍ରିତ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସମ୍ମାନନୀୟ ଅତିଥି ମାନଙ୍କୁ ଉତ୍ତମ ସହୋଯୋଗ ଏତଦବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡିଶୀ ନୃତ୍ୟ, ସଂଗୀତ ଆସର, କବିତା ପାଠ, ଆଲୋଚନା ଚକ୍ର ଏବଂ ଇଚ୍ଛୁକ ପ୍ରତିଭାଶାଳୀ ପ୍ରତିଯୋଗୀ, ପ୍ରତିଯୋଗୀତାରେ ଅସଂ ଗ୍ରହଣ କରୁଥିବା ବାଳକ, ବାଳିକା, କବି,କବୈତ୍ରୀ ଓ ସେମାନଙ୍କ ସହଯୋଗୀ ମାନଙ୍କୁ କିଭଳି ଭାବେ ଉତ୍ତମ ସହଯୋଗ କରିହେବ,ସେହି ଉଦ୍ଦେଶ୍ୟ ରେ ପୁସ୍ତକ ମେଳା କମିଟି ସଭ୍ୟ ମାନଙ୍କୁ ବାର୍ତ୍ତା ଦେଇଥିଲେ। ଏତଦବ୍ୟତୀତ ସ୍ୱର୍ଗତ ପ୍ରଫୁଲ୍ଲ ପାଇକରାଏ ଙ୍କର ଅତୀତରେ ପୁସ୍ତକ ମେଳା ପାଇଁ ଯେଉଁ ସବୁ ସୃତି ରଖି ଯାଇଛନ୍ତି ସେସବୁକୁ ମନେ ପକେଇ ଦୁଃଖୀତ ହେଉଥିଲେ। ସର୍ବଶେଷରେ ଜଟଣୀର ମାନ୍ୟଗନ୍ୟ ବ୍ୟକ୍ତି, ବେବସାଇ, କର୍ମଚାରୀ ଏବଂ ଯୁବଗୋଷ୍ଟି ସବୁ ସ୍ତରର ବନ୍ଧୁ ମାନଙ୍କୁ ମିଡିଆ ମାଧ୍ୟମରେ ଅନୁରୋଧ କରିଛନ୍ତି ସମସ୍ତେ ସହୋଯୋଗର ହାତ ବଢାଇବା ପାଇଁ। ଯେଉଁଟାକି ଜଟଣୀର ପୁସ୍ତକ ମେଳା ଯେପରି ରାଜ୍ୟରେ ଏକ ଶ୍ରେଷ୍ଠ ପୁସ୍ତକ ମେଳା ହୋଇ ଉଠିବ।

Leave a Reply

Your email address will not be published. Required fields are marked *