ଶ୍ରୀମନ୍ଦିରରେ ପାଳିତ ହେଲା ମାୟା ରାବଣ ବଦ୍ଧ ଲୀଳା

ପୁରୀ : ଶ୍ରୀ ରାମଲୀଳା ଅବସରରେ ପାରମ୍ପରିକ ଭାବରେ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ମାୟା ରାବଣ ବଦ୍ଧ ଲୀଳା। ସାହିଯାତ ର ପଞ୍ଚମ ଦିନରେ ପୁରୀର ସବୁଠାରୁ ବଡ଼ସାହି କୁଣ୍ଢେଇ ବେଣ୍ଟ ସାହି ତା’ର ଯାତ ବାହାର କରିଥିଲା। ଆଜି ଦିନରେ ହିଁ ପ୍ରଥମ ଥର ଲଙ୍କା ନରେଶ ରାବଣ ଙ୍କ ଆବିର୍ଭାବ ହୋଇଥିଲା। କୁଣ୍ଢେଇବେଣ୍ଟ ସାହିର ରାବଣକୁ ମାୟା ରାବଣ କୁହାଯାଏ, କାହିଁକି ନା, ଆଜି ମାୟା ରେ ଏହି ରାବଣ ମାତା ସୀତାଙ୍କୁ ଚୋରି କରିବାନୀତି ସମ୍ପର୍ଣ୍ଣ ହୋଇଥିଲା।ଶ୍ରୀମନ୍ଦିର ରେ ଏହା ସୀତାଚୋରୀ ନୀତି ହିସାବରେ ପାଳିତ ହୁଏ।

ପଥର ଆଖେଡା ହେଉଛି କୁଣ୍ଢେଇବେଣ୍ଟ ସାହିର ଆଖେଡା। ଏଥିରେ ସମୁଦାୟ ୨୪ ମେଳ ଓ ସେଥିରୁ ୧୮ ଟି ମେଳ ସକ୍ରିୟ ଅଛନ୍ତି। ସେଗୁଡିକ ହେଲା ସୁନ୍ଦରା ଯାଗା,ବିଶୁନି ଯାଗା,ଅଲ୍ଲୀକୋଟ ଯାଗା,ମରିଚିକୋଟ ଯାଗା,ମଲ୍ଲୀଗଡ ଯାଗା,ଯୁଇ ଗଡ ଯାଗା,ଯାଇ ଗଡ଼ ଯାଗା ଗୋପାଳିଯାଗା, ମାଜଣା ଯାଗା, ଗଣେଶ ଗୁରୁଜ ଯାଗା,ବ୍ରହ୍ମା ଯାଗା,ମାଳି ଯାଗା,ଜାଡୁ କୋଟ ଯାଗା, ଇନ୍ଦ୍ରଦ୍ୟୁମ୍ନ ଯାଗା,ଖାକି କୋଟ ଯାଗା, ନୃସିଂହ ବଲ୍ଲଭ ଯାଗା, ମକରଧ୍ବଜ ଯାଗା, ବଳଭଦ୍ର ବଲ୍ଲଭ ଯାଗା, ଗୋପୀନାଥ ବଲ୍ଲଭ ଯାଗା, ଦିବ୍ୟସିଂହ କୋଟ ଯାଗା,ବେଲଦଳ ଯାଗା, ସୁଡ଼ଙ୍ଗକୋଟ ଯାଗା ,କୁମୁଟିପାଟଣା ଯାଗା ଆଦି ଅନ୍ତର୍ଭୁକ୍ତ। କୁଣ୍ଢେଇବେଣ୍ଟ ସାହିର ବାଦି ସାହି ହେଉଛି ଦୋଳମଣ୍ଡପ ସାହି। ଆଜି କୁଣ୍ଢେଇବେଣ୍ଟ ସାହିରୁ ଯାତ ବାହାରି ଦୋଳମଣ୍ଡପ ସାହିକୁ ଯାଇଥିଲା।

ପରମ୍ପରା ଅନୁଯାୟୀ ଆଜି ଶ୍ରୀଜୀଉଙ୍କ ଚଳନ୍ତି ବିଗ୍ରହ ଶ୍ରୀ ରାମ ଓ ଲକ୍ଷ୍ମଣ ଆଜ୍ଞା ମାଳ ପାଇ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ। ଏହାପରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ମାୟା ରାବଣ ପ୍ରସ୍ତାବ ପ୍ରଦର୍ଶିତ ହୋଇଥିଲା।ଏହାପରେ ଶୀତଳ ଭୋଗ ବଢି ଠାକୁର ଶ୍ରୀ ମନ୍ଦିର କୁ ବାହୁଡା ବିଜେ କରିଥିଲେ।

Leave a Reply

Your email address will not be published. Required fields are marked *