ବ୍ରହ୍ମପୁର ଟେଣ୍ଟ ଏଣ୍ଡ ସପ୍ଲାୟର୍ସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଓ ମେଗା ରକ୍ତଦାନ ଶିବିର,୮୭ ଜଣ ରକ୍ତଦାନ

ବ୍ରହ୍ମପୁର: ବ୍ରହ୍ମପୁର ଟେଣ୍ଟ ଏଣ୍ଡ ସପ୍ଲାୟର୍ସ ମାଲିକ ସଂଘ ପକ୍ଷରୁ ସଂସ୍କୃତି ଭବନରେ ସାଧାରଣ ପରିଷଦ ବୈଠକ ଓ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ସାଂସଦ ଚନ୍ଦ୍ର ଶେଖର ସାହୁ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ଼ି, ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସଂଜୀତ କୁମାର ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ଟେଣ୍ଟ ଏଣ୍ଡ ସପ୍ଲାୟର୍ସ ମାଲିକ ମାନେ ସବୁ ପରିସ୍ଥିତିରେ ଲୋକଙ୍କ ପାଇଁ କାମ କରିଥାନ୍ତି। ବର୍ଷା ହେଉ କି ଶୀତ ସବୁ ସମୟରେ ଲୋକଙ୍କ କାର୍ଯ୍ୟକୁ ସଫଳ କରିଥାନ୍ତି। ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସଂଘ ସଭାପତି ଭୀମସେନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ଉପଦେଷ୍ଟା ବିକ୍ରମ କେଶରୀ ପଟ୍ଟନାୟକ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଟେଣ୍ଟର ଆବଶ୍ୟକ ହୋଇଥାଏ । ଟେଣ୍ଟ ଓ ସପ୍ଲାୟର୍ସ ମାଲିକ ମାନେ ବହୁ କଷ୍ଟରେ ସଂସ୍ଥାକୁ ଆଗକୁ ନେବା ସହ ବହୁ ପରିବାରକୁ ରୋଜଗାର ଦେଇଥାନ୍ତି। ସଂସ୍ଥାରେ କାମ କରୁଥିବା ଶ୍ରମିକ ମାନେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା କିମ୍ବା ଦୁର୍ଘଟଣାର ଶିକାର ହେଲେ ସେମାନଙ୍କୁ ଚିକିତ୍ସା କରିବାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୁଏ । ଶ୍ରମିକ ମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ଉପଦେଷ୍ଟା ବିକ୍ରମ କେଶରୀ ପଟ୍ଟନାୟକ। ସଂଘ କାର୍ଯ୍ୟାଳୟ କରିବାକୁ ସରକାରୀ ଜମି ଯୋଗାଇବାକୁ ସେ ମେୟରଙ୍କୁ ଅନୁରୋଧ କରିଥିଲେ। ଉପସଭାପତି ଡି.ରାମ ଚନ୍ଦ୍ର ପାତ୍ର, ସମ୍ପାଦକ କେତନ କୁମାର ପାତ୍ର, କାର୍ଯ୍ୟକାରୀ ସମ୍ପାଦକ ସୁକାନ୍ତ ଚୌଧୁରୀ, କୋଷାଧ୍ୟକ୍ଷ ଟି.ଶ୍ରୀନିବାସ ରାଓ, ଉପଦେଷ୍ଟା ଏ.ରାମା ରାଓ, ଭଗବାନ ପଣ୍ଡା, କିରଣ କୁମାର ସୁବୁଦ୍ଧି, ଦଣ୍ଡେଶ୍ଵର ମିଶ୍ର, ବୁନୁ ପଟ୍ଟନାୟକ ପରିଚାଳନା କରିଥିଲେ। ପ୍ରଦୀପ କୁମାର ପାତ୍ର, ଦୁର୍ଗାଜିତ ପଟ୍ଟନାୟକ, ବିଗ୍ନେଶ୍ୱର ସାହୁ, ଅନିଲ କୁମାର ବେହେରା, ଟିକିନା ସ୍ବାଇଁ, ପ୍ରଭାକରପାତ୍ର, ଏ.ଶ୍ରୀନିବାସ ପାତ୍ର, ମାଧବ ଚୌଧୁରୀ, ଟୁକୁନା ସାହୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *