ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜନଗଣନା-୨୦୨୭
ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜନଗଣନା-୨୦୨୭ ନିମନ୍ତେ ଜନସଂଖ୍ୟା ଗଣନାର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣର ପ୍ରଥମ ଦିବସ ଅନୁଷ୍ଠିତ ହୋଇଯାଇଛି। ସଠିକ୍ ତଥ୍ୟ ସଂଗ୍ରହ ଏବଂ ଜନଗଣନା-୨୦୨୭ କୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ଜିଲ୍ଲାର ସମସ୍ତ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କୁ ପ୍ରମୁଖ ପ୍ରକ୍ରିୟା ବିଷୟରେ ଅବଗତ କରାଯାଇଥିଲା।ଏହି ପ୍ରଶିକ୍ଷଣ ଅଧିବେଶନରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ନୀଳମାଧବ ଭୋଇ ସଭାପତିତ୍ୱ କରିଥିଲେ।

ଏଥିରେ ଉପ-ଜିଲ୍ଲାପାଳ ତଥା ଉପ-ଖଣ୍ଡ ଜନଗଣନା ଅଧିକାରୀ ଶ୍ରୀ ରାଜକିଶୋର ଜେନା, ଯୁଗ୍ମ କମିଶନର, ପୁରୀ ମହାନଗର ନିଗମ ଶ୍ରୀ ଅଭିମନ୍ୟୁ ବେହେରା ଏବଂ ଉପ ଜିଲ୍ଲା ଜନଗଣନା ଅଧିକାରୀ ସୁଶ୍ରୀ ଦିବ୍ୟଜ୍ୟୋତି ଜେନା ଉପସ୍ଥିତ ଥିଲେ।ଜନଗଣନା ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ଦୁଇ ଜଣ ରିସୋର୍ସ ପର୍ସନ – ଜାତୀୟ ପ୍ରଶିକ୍ଷକ ତଥା ସହକାରୀ ନିର୍ଦ୍ଦେଶକ (ଜନଗଣନା) ଶ୍ରୀ ଉମାକାନ୍ତ ସାହୁ ଏବଂ ମାଷ୍ଟର ଟ୍ରେନର ତଥା ସହକାରୀ ନିର୍ଦ୍ଦେଶକ (ଜନଗଣନା) ଶ୍ରୀ ବିଜୟ କୁମାର ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
