ଭିଏଏମ୍‌ଏଲ୍‌ ମା’ ଦୁର୍ଗାଙ୍କ ଆରାଧନାରେ ଶକ୍ତି ଓ ଏକତାର ଉତ୍ସବ ପାଳନ

ଭିଏଏମ୍‌ଏଲ୍‌ ମା’ ଦୁର୍ଗାଙ୍କ ଆରାଧନାରେ ଶକ୍ତି ଓ ଏକତାର ଉତ୍ସବ ପାଳନ କଲା କର୍ମଚାରୀ, ପରିବାରବର୍ଗ ଓ ସ୍ଥାନୀୟ ସମୁଦାୟଙ୍କ ମିଳିତ ଉଦ୍ୟମରେ ଆସ୍ଥା, ସଂସ୍କୃତି ଓ ସହଭାଗିତାର ଉତ୍ସବଭୁବନେଶ୍ୱର, ୨୦ ଅକ୍ଟୋବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ବିଏଏଲ୍‌ସିଓ, ଝାରସୁଗୁଡ଼ା, ଲାଞ୍ଜିଗଡ଼ ଓ ଖଣି କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସାଂସ୍କୃତିକ ତଥା ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ନବରାତ୍ରି ଓ ଦୁର୍ଗାପୂଜା ପାଳନ କରାଯାଇଛି। ପରମ୍ପରା ଓ ସାମାଜିକ ଏକତାକୁ ଯୋଡ଼ିବାରେ ପର୍ବପର୍ବାଣିର ଗୁରୁତ୍ୱକୁ ଆଧାର କରି ଆୟୋଜିତ ଏହି ଉତ୍ସବରେ କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଓ ସ୍ଥାନୀୟ ସମୁଦାୟ ଏକାଠି ହୋଇଥିଲେ। ଧାର୍ମିକ ରୀତିନୀତି, ସାଂସ୍କୃତିକ ପରିବେଷଣ ଓ ଉତ୍ସବମୁଖର ସମାବେଶ ମାଧ୍ୟମରେ ଭାରତୀୟ ପରମ୍ପରାର ସମୃଦ୍ଧିକୁ ପ୍ରତିଫଳିତ କରିବା ସହ ପାରସ୍ପରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରାଯାଇଥିଲା।ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର କହିଛନ୍ତି, “ନବରାତ୍ରି ଓ ଦଶହରା ଅବସରରେ ଭିଏଏମ୍‌ଏଲ୍‌ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ମା’ ଦୁର୍ଗାଙ୍କ ନଅଟି ସ୍ୱରୂପର ଆରାଧନାଠାରୁ ଆରମ୍ଭ କରି ଧର୍ମ, ନ୍ୟାୟ ଓ ଅଧ୍ୟବସାୟର ବିଜୟର ପ୍ରତୀକ ପ୍ରଭୁ ଶ୍ରୀରାମଙ୍କ ବିଜୟ ଉତ୍ସବ ପର୍ଯ୍ୟନ୍ତ, ଏହି ପର୍ବଗୁଡ଼ିକ ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରତିଫଳିତ କରିଛି। ଏହି ଉତ୍ସବଗୁଡ଼ିକର ବିଶେଷତ୍ୱ ହେଉଛି, ଏହା କର୍ମଚାରୀ, ପରିବାରବର୍ଗ ଓ ସ୍ଥାନୀୟ ସମୁଦାୟକୁ ଏକାଠି କରି ଆମର ସମସ୍ତ କାର୍ଯ୍ୟକ୍ଷେତ୍ରରେ ଆନନ୍ଦ, ଆତ୍ମୀୟତା ଓ ସହଭାଗିତାର ମୁହୂର୍ତ୍ତ ସୃଷ୍ଟି କରିଛି।”ବେଦାନ୍ତ ଆଲୁମିନିୟମ୍‌ର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ପାରମ୍ପରିକ ରୀତିନୀତି ସହ ସାମୂହିକ ସହଭାଗିତାର ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା। ବିଏଏଲ୍‌ସିଓରେ ନବରାତ୍ରି ଅବସରରେ ବାଲକୋନଗର ଉତ୍ସବମୁଖର ହୋଇଉଠିଥିଲା। କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାମାନେ ଗର୍‌ବା ନୃତ୍ୟ, ସର୍ବସାଧାରଣ ଦୁର୍ଗାପୂଜା ମଣ୍ଡପ ଏବଂ ପର୍ବର ଭାବଧାରାକୁ ପ୍ରଦର୍ଶିତ କରୁଥିବା ଫଟୋ ପ୍ରଦର୍ଶନୀରେ ସାମିଲ ହୋଇଥିଲେ। ଏହି ଆୟୋଜନ ସମଗ୍ର ଟାଉନ୍‌ସିପ୍‌ ଓ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ସବର ଆନନ୍ଦ ଓ ସାଂସ୍କୃତିକ ଗର୍ବର ଭାବନାକୁ ଆହୁରି ବଢ଼ାଇଥିଲା।ଝାରସୁଗୁଡ଼ାରେ ମଧ୍ୟ ଧାର୍ମିକ ଆସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସମାହାରରେ ଦୁର୍ଗାପୂଜା ପାଳିତ ହୋଇଥିଲା। ମହାସପ୍ତମୀ, ମହାଷ୍ଟମୀ, ପୁଷ୍ପାଞ୍ଜଳି ଓ ସନ୍ଧ୍ୟା ଆଳତି ଭଳି ପାରମ୍ପରିକ ଧାର୍ମିକ କାର୍ଯ୍ୟକ୍ରମ ଉତ୍ସବର ଆଧ୍ୟାତ୍ମିକ ମହତ୍ତ୍ୱକୁ ପ୍ରତିପାଦିତ କରିଥିଲା। ଅନ୍ୟପକ୍ଷରେ ଗର୍‌ବା, ଡାଣ୍ଡିଆ, ସଙ୍ଗୀତ ପରିବେଷଣ, ନୃତ୍ୟ କାର୍ଯ୍ୟକ୍ରମ ଓ ମା’ଙ୍କ ଜାଗରଣ ଉତ୍ସବରେ ଉତ୍ସାହ ଓ ଉଲ୍ଲାସ ଭରିଦେଇଥିଲା। ବିଜୟାଦଶମୀ ଅବସରରେ ରାମଲୀଳା ଓ ରାବଣପୋଡ଼ି କାର୍ଯ୍ୟକ୍ରମ ସହ ଉତ୍ସବର ସମାପନ ହୋଇଥିଲା। ଏହା ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟର ବାର୍ତ୍ତା ପ୍ରଦାନ କରିଥିଲା।ଲାଞ୍ଜିଗଡ଼ରେ ଏହି ଉତ୍ସବ ଆସ୍ଥା, କାରିଗରୀ ଓ ପରିବେଶ ସଂରକ୍ଷଣ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଉଜାଗର କରିଥିଲା। ପୂଜା ପାଇଁ ସ୍ଥାପିତ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ବାରାଣସୀର ତୃତୀୟ ପିଢ଼ିର ଜଣେ କାରିଗର ପବିତ୍ର ଗଙ୍ଗା ମାଟିରେ ହାତରେ ତିଆରି କରିଥିଲେ। ସମ୍ପୂର୍ଣ୍ଣ ପ୍ରାକୃତିକ ସାମଗ୍ରୀରେ ନିର୍ମିତ ଏହି ପରିବେଶ ଅନୁକୂଳ ମୂର୍ତ୍ତି ପର୍ବର ଆଧ୍ୟାତ୍ମିକ ମହତ୍ତ୍ୱ ସହ ପରିବେଶ ପ୍ରତି ଦାୟିତ୍ୱବୋଧକୁ ମଧ୍ୟ ପ୍ରତିଫଳିତ କରିଥିଲା।ବେଦାନ୍ତର ଖଣି କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଦୁର୍ଗାପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ରାୟଗଡ଼ର ଏସ୍‌କେଏସ୍‌ ଟାୱାର୍ସଠାରେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଏକାଠି ହୋଇ ପାରମ୍ପରିକ ପୂଜାବିଧି, ଡାଣ୍ଡିଆ ରାତ୍ରି ଓ ପାରିବାରିକ ଭୋଜନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କର୍ମକ୍ଷେତ୍ର ବାହାରେ ସହକର୍ମୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଏକାଠି ହେବାର ସୁଯୋଗ ଦେଇଥିବା ଏହି ଆୟୋଜନ ପାରସ୍ପରିକ ସୌହାର୍ଦ୍ଦ୍ୟ, ସହଯୋଗ ଓ ଆତ୍ମୀୟତାକୁ ଆହୁରି ମଜବୁତ କରିଥିଲା।ବେଦାନ୍ତ ଆଲୁମିନିୟମ୍‌ର ସମସ୍ତ କାର୍ଯ୍ୟକ୍ଷେତ୍ରରେ ନବରାତ୍ରି ଓ ଦୁର୍ଗାପୂଜା ଆସ୍ଥା, ସାମୂହିକ ଅଂଶଗ୍ରହଣ ଓ ମିଳିତ ଅନୁଭୂତି ମାଧ୍ୟମରେ ଲୋକଙ୍କୁ ଏକାଠି କରିବା ସହ ସାଂସ୍କୃତିକ ପରମ୍ପରା ଓ ସାମାଜିକ ଏକତାକୁ ସୁଦୃଢ଼ କରିଛି।

Leave a Reply

Your email address will not be published. Required fields are marked *