ଧନବାଦ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ।

ଭୁବନେଶ୍ୱର, ୨୩ ଜୁନ୍, ୨୦୨୬:ପୂର୍ବ କେନ୍ଦ୍ରୀୟ ରେଳବାଇର ଧନବାଦ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବାରୁ, ପୂର୍ବ ତଟ ରେଳପଥ ଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ନିର୍ଦ୍ଦିଷ୍ଟ ତାରିଖରେ ଅସ୍ଥାୟୀ ଭାବେ ପରିବର୍ତ୍ତିତ ମାର୍ଗ (ଡାଇଭର୍ସନ) ଦେଇ ଚଳାଚଳ କରିବ।ସଂଶୋଧିତ ବ୍ୟବସ୍ଥା ନିମ୍ନମତେ ରହିଛି:ଟ୍ରେନ୍ ନଂ ୧୮୩୦୯ ସମ୍ବଲପୁର-ଜାମୁ ତାୱି ଏକ୍ସପ୍ରେସ ୨୩, ୨୫ ଏବଂ ୨୭ ଜୁନରେ ଯାତ୍ରା ଆରମ୍ଭ କରୁଥିବା ଏହି ଟ୍ରେନ୍‌ଟି ବାରକାକାନା, ଗାରୱା ରୋଡ୍ ଜଙ୍କସନ୍ ଏବଂ ଗାରୱା ଦେଇ ଯିବା ପରିବର୍ତ୍ତେ ମୁରୀ ଜଙ୍କସନ୍, ବୋକାରୋ ଷ୍ଟିଲ୍ ସିଟି, ରାଜାବେରା, ଏନ୍‌ଏସ୍‌ସି ବୋଷ ଜଙ୍କସନ୍ ଗୋମୋ, ଗୟା ଜଙ୍କସନ୍, ଦେହରି-ଅନ୍-ସୋନ୍, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ୍ ଏବଂ ଚୁନାର ଦେଇ ଚଳାଚଳ କରିବ।ଟ୍ରେନ୍ ନଂ ୧୮୩୧୦ ଜାମୁ ତାୱି-ସମ୍ବଲପୁର ଏକ୍ସପ୍ରେସ: ୨୩ ଏବଂ ୨୫ ଜୁନରେ ଯାତ୍ରା ଆରମ୍ଭ କରୁଥିବା ଏହି ଟ୍ରେନ୍‌ଟି ଗାରୱା, ଗାରୱା ରୋଡ୍ ଜଙ୍କସନ୍ ଏବଂ ବାରକାକାନା ଦେଇ ଯିବା ପରିବର୍ତ୍ତେ ଚୁନାର, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ୍, ଦେହରି-ଅନ୍-ସୋନ୍, ଗୟା ଜଙ୍କସନ୍, ଏନ୍‌ଏସ୍‌ସି ବୋଷ ଜଙ୍କସନ୍ ଗୋମୋ, ରାଜାବେରା, ବୋକାରୋ ଷ୍ଟିଲ୍ ସିଟି ଏବଂ ମୁରୀ ଜଙ୍କସନ୍ ଦେଇ ଚଳାଚଳ କରିବ।ଯାତ୍ରୀମାନଙ୍କୁ ଏହି ସଂଶୋଧିତ ମାର୍ଗକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *