ତିର୍ତ୍ତୋଲ ଚେଳିତୋଳ ବାଲିଯାତ୍ରା ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପିଆକୁଦ ଠାରେ ଚଳିତ ବର୍ଷ ଚେଳିତୋଳ ବାଲିଯାତ୍ରା ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ଆସନ୍ତା ୧୫ ତାରିଖରୁ 21 ତାରିଖ ପର୍ଯ୍ୟନ୍ତ 7ଦିନ ବ୍ୟାପି ଏହି ବାଲିଯାତ୍ରା ଆୟୋଜନ କରାଯିବ । ଏହା ସହିତ ପ୍ରତିଦିନ ସନ୍ଧ୍ୟାରେ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ ରାଜ୍ୟ ତଥା ରାଜ୍ୟ ବାହାର ର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 23 ବର୍ଷ ରେ ପହଞ୍ଚି ଥିବା ଏହି ଚେଳିତୋଳ ବାଲିଯାତ୍ରା ସମସ୍ତ ଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ଓ ମହାଆଡମ୍ବର ସହିତ କରାଯିବ ବୋଲି ବିଧାୟକ କହିଛନ୍ତି ।
