କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ୨୧ ଜଣ ସଦସ୍ୟ ଓ ସଦସ୍ୟା । ୨୨ ଗୋଟି ପଞ୍ଚାୟତ ବିଶିଷ୍ଟ କାମାକ୍ଷାନଗର ବ୍ଲକରେ ବିଭିନ୍ନ ଦୁର୍ନୀତି ଏବଂ ସରକାରୀ ଯୋଜନାକୁ ନେଇ ପକ୍ଷପାତିତା କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ୪ ଦଫା ଅଭିଯୋଗ ପତ୍ର ସହ ୨୧ ଜଣ ପଞ୍ଚାୟତ ସମିତି ସଦସ୍ୟ ଏବଂ ସଦସ୍ୟା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ପ୍ରେମାନନ୍ଦ ସାହୁଙ୍କୁ ଗାଦି ଚ୍ୟୁତ କରିବାକୁ ସେମାନେ ଦାବି କରିଛନ୍ତି।
