ଚାଷୀ ମାନଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ବ୍ୟାପକ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ
*ଆନନ୍ଦପୁର ଓଡିଶା ର ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଚାଷୀ ମାନଙ୍କ ଆୟ କୁ ଦୁଇ ଗୁଣା କରିବା ପାଇଁ ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ବ୍ୟବସ୍ତା କୁ ସରଳୀକରଣ କରିଛନ୍ତି।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନ ରେ ଅଗଷ୍ଟ ୧୦ ତାରିଖ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ଆରମ୍ଭ ହୋଇଛି। ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମହେଶ୍ଵର ସାହୁ ଆଜି ଶୈଲଙ୍ଗ, ଖାଲିଆମେଣ୍ଟା, ଭଣ୍ଡାରିଡିହା, ଦେଓଗାଁ, ମଦନପୁର, ଖଲଣା,ବାତୋ ଓ ବେଲବାହାଳି ପ୍ରଭୃତି ସେବା ସମବାୟ ସମିତି ବୁଲି ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ରାଜ୍ୟ ସରକାର ପଞୀକରଣ କୁ ସରଳୀ କରଣ କରିଥିବାରୁ ଚାଷୀ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଧନ୍ୟବାଦ ଜଣାଇବା ସହିତ ଆନନ୍ଦ ପ୍ରକାଶ କରିଥିଲେ। ସରୋବର ନେଟୱାର୍କ ଡାଉନ ରହୁଥିବାରୁ ପଞ୍ଜୀକରଣ ରେ ଅହେତୁକ ବିଳମ୍ବ ହେଉଥିବା ଚାଷୀ ମାନେ ଚାଷୀ ନେତା ଶ୍ରୀ ମହେଶ୍ଵର ସାହୁ ଙ୍କ ଠାରେ ପ୍ରକାଶ କରିଥିଲେ। ଏବିଷୟରେ ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଚାଷୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିଦର୍ଶନ ସମୟରେ ଶ୍ରୀ ବିକାଶ ଚନ୍ଦ୍ର ଜେନା, ବିପିନି କୁମାର ଜେନା, ବାମନ ଚରଣ ଭୁୟାଁ, ରୂପ ମହାରଣା, ପ୍ରଣବ ପୁହାଣ, ରାଧେଶ୍ୟାମ ରଣା, ରବିନ୍ଦ୍ର କୁମାର ପଣ୍ଡା, ସନ୍ତୋଷ କୁମାର ସ୍ୱାଇଁ, ବୁଲୁ ପଟ୍ଟନାୟକ, ତୀର୍ଥ ଜେନା, ପ୍ରାଣବନ୍ଧୁ ସାହୁ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।
