ମହିଳା ଓ ଶିଶୁଙ୍କ ଗହଣରେ ସମୟ ବିତାଇଲେ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ l
ମହିଳା ଓ ଶିଶୁଙ୍କ ଗହଣରେ ସମୟ ବିତାଇଲେ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା l ଶିଶୁଙ୍କ ମାନସିକ ସ୍ଥିତି ଅନୁଧ୍ୟାନରେ ସୁଦୃଢତା ଆଣିବାକୁ ପରାମର୍ଶଭଦ୍ରକ: ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଭଦ୍ରକ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଶିଶୁ ଅନୁଷ୍ଠାନ, ସେବାଶ୍ରମ ଓ ଶକ୍ତି ସଦନ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଅଚାନକ ଡଗରପଡାସ୍ଥିତ ଅନୁସୂଚିତ ଜାତି ଓ ଉପଜାତି ସେବାଶ୍ରମକୁ ଯାଇ ପିଲାମାନଙ୍କ ରହଣି ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ପରେ ସେ ଫେଲୋସିପ, ନୁହାସ ଜାଗୃତି ଗୃହ (ଶକ୍ତି ସଦନ) ସହିତ ଅନ୍ୟାନ୍ୟ ଶିଶୁ ସୁରକ୍ଷା ସଂସ୍ଥାଗୁଡ଼ିକୁ ପରିଦର୍ଶନ କରି ସେଠାକାର ପରିଚାଳନା, ରହଣୀୟ ବ୍ୟବସ୍ଥା, ପୋଷଣ, ଶିକ୍ଷା ଓ ସୁରକ୍ଷା ବ୍ୟବସ୍ଥାକୁ

ନିକଟରୁ ଅନୁଧ୍ୟାନ କରିଥିଲେ।ପରିଦର୍ଶନ ସମୟରେ ଶ୍ରୀମତୀ ଖୁଣ୍ଟିଆ ଶିଶୁମାନଙ୍କ ସହ ସକ୍ଷାତ୍ କରି ସେମାନଙ୍କ ଅନୁଭୂତି, ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ଭାବ ବିନିମୟ କରିଥିଲେ। ବିଶେଷ କରି ଶିଶୁମାନଙ୍କ ମାନସିକ ସ୍ଥିତିର ଅନୁଧ୍ୟାନ ଓ ସେହି ଦିଗରେ ସୁଦୃଢତା ଆଣିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ଗସ୍ତ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
