ଆତ୍ମ ଶୁଦ୍ଧି

ଆତ୍ମ ଶୁଦ୍ଧି
(ରାଗ, କଳ ହଂସ କେଦାର)
ପ୍ରକୃତି ବନ୍ଧୁ ହରିହର ସାହୁ, ଢେଙ୍କାନାଳ
ଆତ୍ମ ଶୁଦ୍ଧି ଅଟଇ ମାନବ ପାଇଁ
ଆତ୍ମା ଓ ପରାତ୍ମା ହୃଦୟ ରେ ଥାଇ
ଆତ୍ମା ମୋ ହୃଦୟ କୁ କରଇ ଥୟ
ଆତ୍ମା ସଭିଙ୍କ ପାଇଁ ହୁଏ ଅଥୟ।
ଆତ୍ମା ପରାତ୍ମା ରେ ବିଲିନ ହୁଏ
ଆତ୍ମା କୁ ପରତ୍ମା ଚିହ୍ନି ରହି ଥାଏ
ଆତ୍ମା କେବେ ଯେ କେଉଁ ଘଟକୁ ଯାଏ
ଆତ୍ମା ସେହି ଘଟରେ ପ୍ରବେଶ ହୁଏ।
ଆତ୍ମା କୁ ଚିହ୍ନଟ କରି ଯେ ପାରଇ
ଆତ୍ମା ତାହା ଠାରେ ସନ୍ତୁଷ୍ଟ ଲଭଇ
ଆତ୍ମା ବିଶ୍ବ କର୍ତ୍ତା ଙ୍କ ନିର୍ଦ୍ଦେଶନାରେ
ଆତ୍ମା ପରାତ୍ମା କୁ ଜପିଣ ଖୁସି ରେ।
ଆତ୍ମା କୁ ହରିହର କରେ ମିନତି
ଆତ୍ମା ହରିହର ର ଘେନ ବିନତୀ
ଆତ୍ମା ମୋ ହୃଦୟ କୁ କରୁଛି ଥୟ
ଆତ୍ମା କୁ କର ଭାଇ ନିଶ୍ଚେ ବିଜୟ।
(ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ)

Leave a Reply

Your email address will not be published. Required fields are marked *