କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି
ଧରାକୋଟ:-୦୩/୧୦ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଧରାକୋଟ ବ୍ଲକରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ‘ରୁଗୁମୁ କ୍ଲଷ୍ଟରରେ ଅନୁଷ୍ଟିତ ହୋଇଯାଇଛି । କସେଇ ପ୍ରକଳ୍ପ ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଶତପଥି ,ଶ୍ରୀଯୁକ୍ତ ବିଭୁତି ଭୂଷଣ ପାତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବୋଚିରାଓ ଦୋରା ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ଯକ୍ରମକୁ କସେଇ ପ୍ରକଳ୍ପ ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅମୂଲ୍ୟ ଚନ୍ଦ୍ର ମିଶ୍ର ପୂର୍ଣ୍ଣ ସହଯୋଗ କରିଥିଲେ । ଏବଂ ରୁଗୁମୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଯୁକ୍ତ କାଳୁ ଚରଣ ଗୌଡ ପରିଚାଳନା କରିଥିଲେ । ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରଯାଇଥିଲା । ସାଂସ୍କୁତିକ କାର୍ଯ୍ଯକ୍ରମରେ କାନଗିରିଡି ପ୍ରକଳ୍ପ ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଯଥା–ସ୍ନେହା ଗୌଡ, ସଚିତା ଗୌଡ, ସୃତିରାଣୀ ମହାରଣା ,ଖୋଜିନୀ ସ୍ଵାଇଁ ,ଲଭିଲ ଗୌଡ,ରଶ୍ମିତା ଗୌଡ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ଯକ୍ରମ ରେ ଯୋଗ ଦେବାପାଇଁ ମନୋନୀତ ହୋଇଥିଲେ । କ୍ଲଷ୍ଟର ଅଧୀନ ସମସ୍ତ ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ଯକ୍ରମ ପରିଚାଳନରେ ପୂର୍ଣ୍ଣ ସହଯୋଗ କରିଥିଲେ ।
