ଜଗତସିଂହପୁର ରେ ଇସ୍କନ ର୍ ଅଦିନିଆ ରଥଯାତ୍ରା କୁ ବିରୋଧ ଥାନାରେ ଏତଲା
Date-10/07/26 ଶ୍ରୀ ଜଗତସିଂହପୁର ଭକ୍ତ ସମାଜ ଜଗତସିଂହପୁର ପକ୍ଷରୁ ଇସ୍କନ ର୍ ଅଦିନିଆ ରଥଯାତ୍ରା କୁ ବିରୋଧ କରି ବହୁ ସାଧୁ ସନ୍ଥ ଓ ଜଗନ୍ନାଥ ପ୍ରେମୀ ମାନେ ଏକତ୍ରିତ ଜନ ଜାଗରଣ ଯାତ୍ରା ରେ ସାମିଲ ହୋଇଛନ୍ତି । ଏହା ସହିତ ଇସ୍କନ ବିରୁଦ୍ଧରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ ସହିତ ଜଗତସିଂହପୁର ସଦର ଥାନା ରେ ମଧ୍ୟ ଇସ୍କନ ବିରୁଦ୍ଧରେ ଏତଲା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ବାବା ସତ୍ୟାନନ୍ଦ ଦାସ ମହାରାଜ, ବାବା ଦିବାକର ଦାସଙ୍କ ସହିତ ବହୁ ସାଧୁ ସନ୍ଥ ମାନେ ସାମିଲ ହୋଇଛନ୍ତି । ତେବେ ଆଗାମୀ ଦିନରେ ଇସ୍କନ ଯଦି ନ ମାନେ ତେବେ ସାରା ଦେଶରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଜଗନ୍ନାଥ ପ୍ରେମୀ ମାନେ ଚେତାବନୀ ଦେଇଛନ୍ତି ।l
