ବଢ଼ିଲା କରୋନା ସଂକ୍ରମଣ: ପ୍ରଧାନମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୨।୩ : ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତୀୟ ବୈଠକ କରିବେ। ଏହି ସମୟରେ ଦେଶରେ କରୋନା ସ୍ଥିତିର ସମୀକ୍ଷା କରାଯିବ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଏହି ଉଚ୍ଚ ସ୍ତରୀୟ ବୈଠକକୁ ହକାଇଛନ୍ତି। ଏଥିରେ କରୋନା ମାମଲାରେ ସ୍ଥିତି ଏବଂ ଜନସ୍ବାସ୍ଥ୍ୟ ପ୍ରସ୍ତୁତି ସମୀକ୍ଷା କରାଯିବ।

ଏହାପୂର୍ବରୁ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ତଥ୍ୟରୁ ଜଣାପଡିଛି ଯେ ଭାରତରେ୧,୧୩୩ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ, ଦେଶରେ ୭,୦୨୬ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଏହି ସମୟ ମଧ୍ୟରେ ପାଞ୍ଚ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଛତିଶଗଡ, ଦିଲ୍ଲୀ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କର କେରଳରେ ମୃତ୍ୟୁ ଘଟିଛି। ଦେଶରେ ଦୈନିକ ପଜିଟିଭ ହାର ୧.୦୯ ପ୍ରତିଶତରେ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ପଜିଟିଭ ହାର ୦.୯୮ ପ୍ରତିଶତରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *