ଗୋ ସେବା ନାମରେ ଗୋଶାଳାରେ ଗୋଚାଲାଣ ଗଞ୍ଜାମ ଗୋଷାଳରେ ଛଡା ଯାଇଥିବା ବଳଦ ବିକ୍ରି ନେଇ ଗଜପତି ଜିଲ୍ଲାର ହାଟରେ ।
ବ୍ରହ୍ମପୁର୧/୦୫/୨୬ ;ଗୋଶାଳରେ ଅସୁରକ୍ଷିତ ଗୋମାତା,ହଜାର ହାଜର ଟଙ୍କାରେ ଚାଷୀ କିଣିଥିବା ବଳଦ ଗୋସୁରକ୍ଷା କର୍ମୀ ଛଡାଇ ଗୋଶାଳା ରେ ଛାଡିବାର କିଛି ଦିନ ଭିତରେ ବଳଦ ହାଟରୁ ଉଦ୍ଧାର, ଗୋଚାଲାଣ ରାକେଟ କୁନେଇ ଥାନାରେ ଏତଲା ହୋଇଛି । ଗୋଶାଳା..ନାମଟି ଶୁଣିଲେ ମନରେ ବିଶ୍ୱାସ ସହ ଧାର୍ମିକ ଭାବନା ସୃଷ୍ଟି ହୁଏ l କାରଣ ଏଠି ଆମ ଗୋମାତା ଙ୍କ ସୁରକ୍ଷା ପାଇଁ ସଦା ସର୍ବଦା ଜାଗ୍ରତ ରହୁଥିବା କୁହନ୍ତି ସେବକ l ହେଲେ ବାସ୍ତବରେ କଣ ଗୋଶାଳା ଗୋମାତାଙ୍କ ସୁରକ୍ଷା କରୁଛି ନା ଗୋମାତା ଙ୍କ ସୁରକ୍ଷା ନାମରେ ଚାଲିଛି ବଡ଼ ରାକେଟ? ଗରିବଚାଷୀଙ୍କ ଠାରୁ ଗୋ ସୁରକ୍ଷା ନାମରେ ଗାଈ ବଳଦ ଛଡାଇ ଆଣି ଗୋଶାଳା ରେ ରଖାଯିବାପରେ ହେଉଛି କଣ l ଯାହାର ପ୍ରମାଣ ଦେଇଛନ୍ତି ଏହି ଚାଷୀ l ବ୍ୟସ୍ତ ବିବ୍ରତ ଦିଶୁଥିବା ଏହି ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡଙ୍ଗପୁର ଗ୍ରାମର ଆର.ସୋମନାଥ ପାତ୍ର l ଗତ ୨୪ ତାରିଖ ରେ ଚାଷ କାର୍ଯ୍ୟ ଲାଗି ସୋମନାଥ ଦୁଇଟି ବଳଦ ସୁମଣ୍ଡଳ ଗ୍ରାମରୁ ୬୧ ହଜାର ଟଙ୍କାରେ କିଣି ନିଜ ଗ୍ରାମ ଅଭିମୁଖେ ନେଉଥିବା ବେଳେ କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗ୍ରାମ ସ୍ମଶାନ ନିକଟରେ କିଛି ବ୍ୟକ୍ତି ଗୋସୁରକ୍ଷା ବାହିନୀ ନାମରେ ଅଟକାଇ ବଳଦ ବିକ୍ରି କରିବାକୁ ନେଉଥିବା କହି ମାଡ ମାରିବା ସହ ବଳଦ ଦୁଇଟିକୁ ଛଡାଇ ନେଇ ନିକଟ ଗୋଶାଳାରେ ଛାଡିଥିଲେ l ବଳଦ ଦୁଇଟି କିଣିଥିବା ଚାଷୀ ବଳଦ ଫେରାଇ ଦେବାପାଇଁ ବାରମ୍ବାର ଗୋଶାଳାକୁ ବିଭିନ୍ନ କାଗଜପତ୍ର ନେଇ ଦୈଡ଼ିଥିଲେ ମଧ୍ୟ ଛାଡ଼ିନଥିଲେ କତୃପକ୍ଷ l ହେଲେ ୨୫ ତାରିଖରେ ଗୋଶାଳାରେ ଛଡା ଯାଇଥିବା ବଳଦକୁ ୩୦ତାରିଖରେ ଗଜପତି ଜିଲ୍ଲା ମୋହନା ହାଟରେ ବିକ୍ରି ପାଇଁ ରଖାଯାଇଥିବା ସମୟରେ ଚାଷୀ ଜାଣିପାରି ବଳଦ ଦୁଇକୁ କରିଛନ୍ତି ଉଦ୍ଧାର l ସୋମନାଥ ନିଜ ପ୍ରଚେଷ୍ଟାରେ ବଳଦ ବିକ୍ରି ରୋକିବାରେ ସଫଳ ହେବାପରେ ଗୋଶାଳାକୁ ଆସି ନିଜ ବଳଦ ଫେରାଇବା ପାଇଁ କତୃପକ୍ଷଙ୍କ ଆଗରେ କରିଛନ୍ତି ଦାବି l ଏନେଇ ସେ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଗୋସେବା ନାମରେ ଗୋଶାଳାରେ ଚାଲିଥିବା ଗୋଚାଲାଣ ରାକେଟକୁ ଧରିବା ପାଇଁ ସାଧାରଣରେ ହେଇଛି ଦାବି l ଅନ୍ୟପଟେ ବଳଦଚାଲାଣ ରେ ଗୋଶାଳାର କୌଣସି ସମ୍ପୃକ୍ତି ନଥିବା କତୃପକ୍ଷ କହିଥିବା ବେଳେ ବଳଦ ଦୁଇଟି ଆଣିଥିବା ଯୁବକ ମାନେ ପରେ ବଳଦ ନେଇଯାଇଥିବା ଅଭିଯୋଗ କରିଛନ୍ତି ଗୋଶାଳା କତୃପକ୍ଷ l ତେବେ ଗୋସୁରକ୍ଷା ନାମରେ ଅଞ୍ଚଳରେ ଚାଲିଥିବା ଅପରାଧ ଉପରେ ପୋଲିସ ପ୍ରଶାସନ ପଦକ୍ଷେପ ନନେଲେ ଆଗାମୀ ଦିନରେ ସୋମନାଥ ଭଳି ଅନେକ ଚାଷୀ କ୍ଷତି ସହିବା ସହ ଚାଷ କାର୍ଯ୍ୟରେ ଗାଈ ଗୋରୁ ବ୍ୟବହାର ବନ୍ଦ ହୋଇଯିବ l
