ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା

ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା। ଲାଇଭ୍‌ ଇଭେଣ୍ଟ ସେକ୍ଟର୍‌ ରୋଜଗାର, ପର୍ଯ୍ୟଟନ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଆର୍ଥିକ ବିକାଶର ପ୍ରମୁଖ ଚାଳକ ହେବାକୁ ପ୍ରସ୍ତୁତଇଣ୍ଡିଆ ସିନେ ହବ୍‌ ପୋର୍ଟାଲରେ ଲାଇଭ୍‌ ଇଭେଣ୍ଟ ସିଙ୍ଗଲ-ୱିଣ୍ଡୋ କ୍ଲିୟରାନ୍ସ ଦ୍ୱାରା ତ୍ୱରିତ ଏବଂ ପାରଦର୍ଶୀ ଅନୁମୋଦନ ସୁନିଶ୍ଚିତ ହେବଲାଇଭ୍‌ ଇଭେଣ୍ଟ୍‌ ଲାଗି ଲାଇସେନ୍ସିଂ ଏବଂ ଅନୁମତିକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୩୧ ମଇ ୨୦୨୬ ସୁଦ୍ଧା ମଡେଲ କାର୍ଯ୍ୟକାରୀ ଆଦେଶ ଆପଣାଇବାକୁ କରାଗଲା ଅନୁରୋଧବ୍ୟବସାୟିକ ସୁଗମତା, ଭିତ୍ତିଭୂମି ଓ ଦକ୍ଷତା ବିକାଶ ପ୍ରୟାସ ମାଧ୍ୟମରେ ଲାଇଭ୍‌ ଇଭେଣ୍ଟ ସେକ୍ଟରକୁ ପ୍ରୋତ୍ସାହନ ଲାଗି ପ୍ରତିବଦ୍ଧତା ଦୋହରାଇଲେ ସରକାରସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଚଞ୍ଚଳ କୁମାରଙ୍କ ଅଧ୍ୟକ୍ଷତାରେ ଲାଇଭ୍‌ ଇଭେଣ୍ଟସ୍‌ ଡେଭଲପମେଣ୍ଟ ସେଲ୍‌ (ଏଲଇଡିସି)ର ଚତୁର୍ଥ ବୈଠକ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୯ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ, ୬ଟି ରାଜ୍ୟ ଏବଂ ୧୨ଟି ଉଦ୍ୟୋଗ କ୍ଷେତ୍ରର ସଦସ୍ୟମାନଙ୍କ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।ଶିଳ୍ପ ଆକଳନ ଅନୁଯାୟୀ ଭାରତର ସଂଗଠିତ ଲାଇଭ୍ ଇଭେଣ୍ଟ କ୍ଷେତ୍ରର ମୂଲ୍ୟ ୨୦୨୫ ମସିହାରେ ୧୪ ହଜାର ୫୦୦ କୋଟି ଟଙ୍କା ରହିଥିଲା। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି କ୍ଷେତ୍ର ଭାବରେ ଉଭା ହୋଇଛି। ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜୁଲାଇ ୨୦୨୫ରେ ସୂଚନା ଓ ପ୍ରସାରଣ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଲାଇଭ୍ ଇଭେଣ୍ଟ ବିକାଶ ପ୍ରକୋଷ୍ଠ (ଏଲଇଡିସି) ସ୍ଥାପନ କରିଛି । ଏଥିରେ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଶିଳ୍ପ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ପ୍ରତିନିଧିମାନେ ସାମିଲ ଅଛନ୍ତି ।ଏଲଇଡିସି କନସର୍ଟ ଅର୍ଥବ୍ୟବସ୍ଥାକୁ ଜାତୀୟ ଅଭିବୃଦ୍ଧିର ପ୍ରମୁଖ ବାହକ ଭାବରେ ସ୍ଥାନିତ କରିବା ଏବଂ ୨୦୩୦ ସୁଦ୍ଧା ଭାରତକୁ ଲାଇଭ୍ ଇଭେଣ୍ଟ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବା ଲକ୍ଷ୍ୟ ରଖିଛି । ଏହି କ୍ଷେତ୍ରରେ ଦେଢ଼ରୁ ୨ କୋଟି ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ୨୦୨୮ ସୁଦ୍ଧା ଏହି କ୍ଷେତ୍ର ୧୦% ବୃଦ୍ଧି ପାଇ ୧୯,୬୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।ବୈଠକ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଭାରତର ଲାଇଭ୍ ଇଭେଣ୍ଟ ଶିଳ୍ପର ବିକାଶ ପାଇଁ ଏକ ସମନ୍ୱିତ ରୋଡମ୍ୟାପ୍ ବିକଶିତ କରିବାରେ ଏଲଇଡିସିର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଲାଇଭ୍ ଇଭେଣ୍ଟ କ୍ଷେତ୍ର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ମଧ୍ୟରୁ ଅନ୍ୟତମ । ଏହା ନିଯୁକ୍ତି ସୃଷ୍ଟି, ପର୍ଯ୍ୟଟନ ପ୍ରୋତ୍ସାହନ ଏବଂ ଆନୁସଙ୍ଗିକ କ୍ଷେତ୍ରଗୁଡ଼ିକରେ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି ।ପ୍ରସାରଣ ବିଭାଗ ଯୁଗ୍ମ ସଚିବ ପୃଥୁଳ କୁମାର ଏଲଇଡିସି ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ଉପସ୍ଥାପନ କରିଥିଲେ । ସେ ସୂଚନା ଦେଇଥିଲେ ଯେ ଲାଇଭ୍ ଇଭେଣ୍ଟଗୁଡ଼ିକୁ ଅନୁମତି ଦେବା ପାଇଁ ଇଣ୍ଡିଆ ସିନେ ହବ୍ (ଆଇସିଏଚ) ପୋର୍ଟାଲରେ ଏକ ସିଙ୍ଗଲ୍-ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ବିକଶିତ କରାଯାଇଛି। ରାଜ୍ୟଗୁଡ଼ିକ ଦ୍ୱାରା ଆଇସିଏଚ ପୋର୍ଟାଲ୍ ଗ୍ରହଣ କରିବା ଫଳରେ ଲାଇଭ୍ ଇଭେଣ୍ଟ ଅନୁମତି ପ୍ରକ୍ରିୟାକୁ ଡିଜିଟାଇଜ୍ କରିବାରେ ସାହାଯ୍ୟ ମିଳିବ ଏବଂ ସମୟୋଚିତ, ସ୍ୱଚ୍ଛ ଏବଂ ଦକ୍ଷ ଅନୁମୋଦନ ସୁନିଶ୍ଚିତ ହେବ ।ଏହାବ୍ୟତୀତ ଏହା ସହିତ, ଭାରତରେ ଲାଇଭ୍ ଇଭେଣ୍ଟ ପାଇଁ ଲାଇସେନ୍ସିଂ ଏବଂ ଅନୁମତିକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ‘‘ମଡେଲ୍ କାର୍ଯ୍ୟକାରୀ ନିର୍ଦ୍ଦେଶ, ୨୦୨୬’’ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହାର ଲକ୍ଷ୍ୟ ସମୟସୀମା ୩୧ ମଇ, ୨୦୨୬ ଏବଂ ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହିତ ୧୩ ମାର୍ଚ୍ଚ, ୨୦୨୬ରେ ପଠାଯାଇଥିଲା। ଏହି ଢାଞ୍ଚାର ଲକ୍ଷ୍ୟ ଭାରତରେ ଲାଇଭ୍ ଇଭେଣ୍ଟ ଶିଳ୍ପ ପାଇଁ ଏକ ସରଳୀକୃତ ଏବଂ ମାନକୀକୃତ ନିୟାମକ ପ୍ରଣାଳୀ ପ୍ରତିଷ୍ଠା କରିବା।ଏଲଇଡିସି ‘‘ଗ୍ରୀନଫିଲ୍ଡ ଭେନ୍ୟୁ ଡେଭଲପମେଣ୍ଟ’’ ଏବଂ ଲାଇଭ୍ ଇଭେଣ୍ଟ ସେଗମେଣ୍ଟ ପାଇଁ ଦକ୍ଷତା ବିକାଶ ପଦକ୍ଷେପ ଉପରେ ଡ୍ରାଫ୍ଟ ଧାରଣା ନୋଟ୍ ଉପରେ ମଧ୍ୟ ଆଲୋଚନା କରିଥିଲା। ସୂଚନା ଦିଆଯାଇଥିଲା ଯେ ଭାରତୀୟ ଜନ ଯୋଗାଯୋଗ ସଂସ୍ଥାନ (ଆଇଆଇଏମସି), ଏମଇଏସସି ଏବଂ ଇଇଏମଏ ସହଯୋଗରେ, ଖୁବଶୀଘ୍ର ଲାଇଭ୍ ଇଭେଣ୍ଟରେ ଏକ ସାର୍ଟିଫିକେଟ୍ କୋର୍ସ ଆରମ୍ଭ କରିବ ।ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ସଚିବ ଶ୍ରୀ ଚଞ୍ଚଲ କୁମାର କହିଥିଲେ, “କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ, ମୁଁ ପ୍ରତିଶ୍ରୁତି ଦେଉଛି ଯେ ଲାଇଭ୍ ଇଭେଣ୍ଟ ଆୟୋଜନ ପାଇଁ ଦୃଢ଼ ତଥା ସ୍ୱଚ୍ଛ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ।” ସେ ଏହା ମଧ୍ୟ କହିଥିଲେ, ସମସ୍ତ ଏଲଇଡିସି ସଦସ୍ୟଙ୍କର ସମାନ ଉଦ୍ଦେଶ୍ୟ ଅଛି; ବର୍ତ୍ତମାନ ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ।”ଦେଶରେ ଲାଇଭ୍ ଇଭେଣ୍ଟ କ୍ଷେତ୍ର ପାଇଁ ଏକ ସହାୟକ ଏବଂ ଅଭିବୃଦ୍ଧି-ମୁଖୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଜାରି ରଖିବ ।

Leave a Reply

Your email address will not be published. Required fields are marked *