ରୋଡ଼ କ୍ରାଇମ୍ ଅପରାଧୀଙ୍କ ଉପରେ ଚଢ଼ାଉ
ତା.୦୯.୧୧.୨୬ରିଖରେ ବାରବାଟି ନୂଆସାହି ରେ ଆକ୍ରମଣ ଓ ଦାଦାବଟି ଆଦାୟ ମାମଲାରେ ମୂଖ୍ୟ ଅଭିଯୁକ୍ତ ଗିରଫ* (କେସ ନମ୍ବର -୭୭୨/୨୦୨୬)ଗତ ତା.୦୯.୧୧.୨୬ରିଖରେ ଆସାମୀ ଚିଣ୍ଟୁ @ ରାଜକିଶୋର ନାୟକ, ଡେଙ୍ଗା ରାଜା@ ବିକ୍ରମ ରଥ ଓ ସେମାନଙ୍କ ର ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ମିଶି ବାରବାଟି ନୂଆସାହି ରେ ଭଡ଼ାରେ ରହୁଥିବା ସନ୍ତୋଷ ପଣ୍ଡା, ପି. ଲକ୍ଷ୍ମୀଧର ପଣ୍ଡା ଘରକୁ ଯାଇ ପୂର୍ବ ଶତ୍ରୁତାରୁ ତାକୁ ଗାଳି, ଧମକ ଦେଇ , ୧୦,୦୦୦/- ଟଙ୍କା ଦାଦବଟି ନେବାସହ, ତାର ମୋବାଇଲ ଫୋନ୍ ମଧ୍ୟ ନେଇ ଯାଇଥିଲେ । ପରଦିନ ଟାଉନଥାନାରେ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଉକ୍ତ ଘଟଣାକୁ ଟାଉନଥାନା ପୋଲିସ ଗୁରୁତ୍ୱର ସହ ନେଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା, ଅଭିଯୁକ୍ତ ଡେଙ୍ଗାରାଜା@ ବିକ୍ରମ ରଥ କୁ ଗତ ୧୪.୧୧.୨୬ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ମୂଖ୍ୟ ଅଭିଯୁକ୍ତ ଚିଣ୍ଟୁ @ ରାଜକିଶୋର ନାୟକ ଓ ଅନ୍ୟ ଦୁଇ ଜଣ ସହଯୋଗୀଫେରାର ହୋଇଯାଇଥିଲେ। ଗତକାଲି ବିଳମ୍ବିତ ସନ୍ଧ୍ୟାରେ, ଖବର ପାଇ ଟାଉନଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ @ ରାଜକିଶୋର ନାୟକ (୨୮) କୁ ଦୋଳମଣ୍ଡପ ସାହି ରୁ ଗିରଫ କରିବାରେ ସଫଳ ହୋଇଥିଲା ।ଫେରାର ଥିବା ଅଭିଯୁକ୍ତ ମାନେ ହେଲେ ୧) ଚନ୍ଦନ, ଷ୍ଟେସନ ବଜାର।୨) ସୂର୍ଯ୍ୟ, ନାଉଗାଁ, ଜଗତସିଂହପୁର।ଗିରଫ ଅଭିଯୁକ୍ତ ଚିଣ୍ଟୁ କୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀ ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ପୁରୀ ଜିଲ୍ଲା କାରାଗାର କୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଯେଉଁଥିରେ ସେ କୋର୍ଟ ବେଲ୍ ରେ ଅଛି। ଉକ୍ତ କେସ୍ ରେ ଅଭିଯୁକ୍ତ ବେଲ୍ ସର୍ତ୍ତାବଳୀ ଭଙ୍ଗ କରିଥିବାରୁ, ତାର ସେହି ପୂର୍ବର ବେଲ୍ ଅର୍ଡର୍ ରିଜେକ୍ସନ୍ ପାଇଁ ମାନ୍ୟବର ଅଦାଲତ ଙ୍କୁ ଅବଗତ କରାଯିବ । ଅଭିଯୁକ୍ତ ବିରୋଧରେ ୧୨୯ ଭାରତୀୟ ନାଗରିକ ସୁରକ୍ଷା ସଂହିତା -୨୦୨୩ ଅନୁସାରେ ପ୍ରସିକୁସନ ରିପୋର୍ଟ ଦାଖଲ କରାଯାଇଛି।
