ଦୁଃଖ ହାରିଣୀ
ଦୁଃଖ ହାରିଣୀ
ଦୁଃଖ ହାରିଣୀ ମାଆ ତାରିଣୀ ପୂଜା ପାଉ ଭକ୍ତି ଭାବରେ
ତୋର ଆଶିଷ ମାଗୁଛି ମାଆ
ଘେନ ମୋର ଅର୍ଘ୍ୟ ଶାନ୍ତି ରେ।
ଘଟଗାଁ ରେ ବାସ ତୋହର ଭକତ ହୃଦୟ ମଧ୍ୟରେ
ଭକ୍ତିଭାବରେ ବନ୍ଧାଲୋ ମାଆ
ଘେନ ମୋର ପୂଜା ଖୁସିରେ।
ଷୋଳପୂଜା ରେ ସମସ୍ତ ଭକ୍ତ
ନୈବେଦ୍ୟ ଦିଅନ୍ତି ଖୁସି ରେ
ମାଆ ତାରିଣୀ ଦୁଃଖ ହାରିଣୀ
ଘେନ ମୋର ପୂଜା ଖୁସିରେ।
ନଡ଼ିଆ ଭୋଗ ତୋର ଆଦର
ଭକ୍ତ ପଠାଅନ୍ତି ଖୁସିରେ।
ମନର ବାଞ୍ଛା ପୂର୍ଣ୍ଣ କରୁଛୁ
ରହି ମାଆ ଘଟ ଗାଁଆ ରେ।
ଦୁଃଖ ହାରିଣୀ ମାଆ ତାରିଣୀ ପୂଜା ପାଉ ଭକ୍ତି ଭାବରେ
ତୋର ଆଶିଷ ମାଗୁଛି ମାଆ ଅତି ଆନନ୍ଦ ମନରେ।
ମାଆ ଲୋ ମାଆ ତାରିଣୀ ମାଆ
ନାଆ ମୋ ହୃଦୟ କନ୍ଦରେ
ଦୁଃଖ ହାରିଣୀ ମାଆ ତାରିଣୀ
ଦିଅ ଦରଶନ ଭଲରେ।

ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା,୭୫୯୦୧୬
